ତ୍ୱରାନ୍ୱିତ ହେବ ପଞ୍ଚାୟତ କାର୍ଯ୍ୟ, ଯୋଗଦେଲେ ୬ଟି ନୁଆ ପିଇଓ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ବିଭିନ୍ନ ପଞ୍ଚାୟତରେ ଦିର୍ଘ ଦିନରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ରହିଥିଲା। ଗୁରୁବାର ନୂତନ ଭାବେ ୬ ଜଣ ପିଇଓ ଯୋଗଦେଇ ଥିବା ସୂଚନା ମିଳିଛି। ସେମାନେ ହେଲେ ଯୋଗେଶ୍ୱର ବେମାଲ, ଦିଲେଶ୍ଵର ଚଲାନ, ପ୍ରଦୀପ ସାହୁ, ଦୀପକ ନାଏକ, ମାନସ ବିଶି ଓ ଚନ୍ଦନ ମେହେର ବୋଲି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୧୨ ଜଣ ପିଇଓ ରହିଥିଲେ। ସେମାନଙ୍କ ମଧ୍ୟରେ କେତେକ ତିନୋଟି ପଞ୍ଚାୟତ ଦାୟିତ୍ୱରେ ଥିବାବେଳେ ଅନ୍ୟମାନେ ଦୁଇଟି ଲେଖାଏଁ ପଞ୍ଚାୟତ ଦାୟିତ୍ୱରେ ରହିଥିଲେ। ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା। ତେବେ ୬ ଜଣ ପିଇଓ ବର୍ତ୍ତମାନ ଯୋଗଦେବା ପରେ ଆଉ ୪ଟି ପିଇଓ ପଦବୀ ଖାଲି ରହିଛି। ନୂତନ ୬ଟି ପିଇଓଙ୍କୁ କେଉଁ କେଉଁ ଗ୍ରାମ ପଞ୍ଚାୟତରେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.