ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଜାତୀୟ ସଂହତି ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ଜାତୀୟ ସଂହତି ସୃଷ୍ଟି କରିଥାଏ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ମିଳିତ ଆନୁକୁଲ୍ୟରେ ବାଲେଶ୍ୱରସ୍ଥିତ ପଦ୍ମାବତୀ ୱାଟର ପାର୍କ ପରିସରରେ ଆୟୋଜିତ ଜାତୀୟ ସଂହତି ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଓଡ଼ିଶା ସମେତ ଭାରତର ୨୦ଟି ରାଜ୍ୟରୁ ୨୩୬ ଜଣ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ଓ ୩୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଥିଲେ । ଏହି ଶିବିରରେ ସାତ ଦିନ ମଧ୍ୟରେ ବିଭିନ୍ନ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଲୋଚନା ହେବା ସହ ନୃତ୍ୟ, ସଙ୍ଗୀତ, ତର୍କ, ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବାଲେଶ୍ଵରର ଚାନ୍ଦିପୁରସ୍ଥିତ ଡ଼ି.ଆର. ଡି.ଓ, ଇମାମି ଜଗନ୍ନାଥ ମନ୍ଦିର ସମେତ ଫକୀର ମୋହନ ବିଶ୍ବବିଦ୍ୟାଳୟର ୬ଟି ସଂଗ୍ରହାଳୟ ପ୍ରଭୃତି ସ୍ଥାନକୁ ସ୍ୱେଚ୍ଛାସେବୀମାନେ ଭ୍ରମଣରେ ଯାଇ ବାସ୍ତବ ଜ୍ଞାନ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଏନ୍.ଏସ୍.ଏସ. ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ଯୁବ ଅଧିକାରୀ ଅଜିତ କୁମାର ଖୁସୁୱା, କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ଡି. ଆର. ଡି. ଓ. ର ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ନିଳାଦ୍ରୀ ରାୟ, ଡ଼ଃ ସ୍ମୃତିରଞ୍ଜନ ଦାସ, ଡ଼ଃ ଜଗବନ୍ଧୁ ମିଶ୍ର, ବାଲେଶ୍ଵର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କମଳା କାନ୍ତ ଓଝାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

ଉଦଯାପନୀ ଉତ୍ସବରେ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍, ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲାର ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଜଗବନ୍ଧୁ ମିଶ୍ର, ପଦ୍ମାବତୀ ୱାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ମୌସମ ସିଂହ, କବି ଅଳକାରାଣୀ ସିଂହ ଓ ଯୁବ ଅଧିକାରୀ ଅଜିତ କୁମାର
ଖୁସୱା ପ୍ରମୁଖ ଯୋଗଦେଇ ଜାତୀୟ ସେବା ଯୋଜନା ଜାତୀୟ ସଂହତି ସୃଷ୍ଟି କରିବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ମାର୍ଗଦର୍ଶନ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଫକୀର ମୋହନ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡ଼ଃ ପ୍ରତାପ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥିମାନେ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରିବା ସହିତ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ଡଃ ପ୍ରତିମା ପ୍ରଧାନ, ଡ଼ଃ ଜଗନ୍ନାଥ ବେହେରା, ଶ୍ରୀହରିଶଙ୍କର ପାଣିଗ୍ରାହୀ, ଡ଼ଃ ଅନାମ ଚରଣ ରାଉଳ, ଡ଼ଃ ଲେଖାରାଣୀ ଦାସ, ରସାନନ୍ଦ ବାଗ, ମାନସ କୁମାର ପଣ୍ଡା, ଜେମାମଣି ସାହୁ, ଫାର୍ମାସୀ ଅଫିସର ଅଶ୍ରୁମୋଚନ ବାରିକ, ନିଖିଲ ପାଣିଗ୍ରାହୀ, ଅଫିସ ସହାୟକ ପ୍ରଦୀପ କୁମାର ମୁଦୁଲି, ତାପସ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବାଲେଶ୍ଵର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.