ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ 

ବିଧାନ ଚନ୍ଦ୍ର ସଭାପତି, ଦାସଦିପ୍ତ ସଂପାଦକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବିଧାନ ଚନ୍ଦ୍ର ପାଣିଗ୍ରାହୀ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଦାସଦିପ୍ତ ମହାପାତ୍ର ସଂପାଦକ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ନିର୍ବାଚନରେ ସମୁଦାୟ ୨୨୫ ଜଣ ଭୋଟରଙ୍କ ମଧ୍ୟରୁ ୧୮୯ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ଚଳିତ ଥର ୧୦ମ ଥର ସଭାପତି ଭାବରେ ବିଧାନ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ପ୍ରତିଦ୍ବନ୍ଦୀ ରାମ ଶଙ୍କର ମେହେର ଙ୍କ ଠାରୁ ୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଧାନ ଚନ୍ଦ୍ରଙ୍କୁ ୧୦୨ ଖଣ୍ଡ ଭୋଟ ମିଳିଥିବା ବେଳେ ରାମ ଶଙ୍କରଙ୍କୁ ୮୬ ଖଣ୍ଡ ଭୋଟ ମିଳିଥିଲା ଏବଂ ୧ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି। ସଂଘର ଉପ-ସଭାପତି ଭାବରେ ପ୍ରଫୁଲ୍ଲ ସାହୁ, ସମ୍ପାଦକ ଭାବରେ ଦାସଦିପ୍ତ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବରେ ମନୋଜ କୁମାର ବିଶି, ଲାଇବ୍ରେରୀ ସମ୍ପାଦକ ଦଶରଥ ମିଶ୍ର, ସଭ୍ୟ ଭାବରେ ଦେବେନ୍ଦ୍ର ପର୍ଡିଆ, ଶମ୍ଭୁ ପ୍ରସାଦ ବିଶି, ଯୁବରାଜ ସିଂ ନୀନା, ପ୍ରଣତି କୁମ୍ଭାର ନିର୍ଦ୍ଵନ୍ଦରେ ନିର୍ବାଚିତ ହେଇଥିବା ଜଣାପଡ଼ିଛି। ନିର୍ବାଚନ ଅଧିକାରୀ ଭାବରେ ବାବୁଲାଲ ଦାଶ ନିର୍ବାଚନୀ ପରିଚାଳନା କରିଥିବା ବେଳେ ପାର୍ଥସାରଥୀ ମହାକୁର ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.