ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଜନ୍ମାଷ୍ଟମୀ। ୧୯୯୦ ମସିହା ୩୭ ବର୍ଷ ତଳେ ଆଜିର ଦିନରେ ଜନ୍ମ ନେଇଥିଲା ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର। ଏଣୁ ଆଜି ଜନ୍ମାଷ୍ଟମୀ ସହ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଛି। ବଟିକା ସେକ୍ସନ ରୁ ପ୍ରଥମ ଶ୍ରେଣୀ ର କୁନି କୁନି ଛାତ୍ର ମାନେ ଖୁବ ସୁନ୍ଦର ଭାବରେ କୃଷ୍ଣ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ଅନେକ ଉତ୍ସାହ ଓ ଉଦ୍ଦୀପନା ର ସହ ନିଜ ନିଜ କୁନି ପୁଅ ମାନଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରି ବିଦ୍ୟାଳୟକୁ ବାଳ କୃଷ୍ଣ ମାନଙ୍କୁ ନେଇ ପହଞ୍ଚି ଥିଲେ ଅଭିଭାକ ଓ ଅଭିଭାବିକା ମାନେ। ଶହ ଶହ କୃଷ୍ଣଙ୍କ ସମାଗମ ରେ ବୃନ୍ଦାବନ ଭଳି ପ୍ରତୀୟମାନ ହେଉଥିଲା ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଦ୍ୟାଳୟର ପୂର୍ବତନ ଆଚାର୍ଯ୍ୟ ପ୍ରଦୀପ କୁମାର ନାଏକ। ପ୍ରଧାନ ଆଚାର୍ଯ୍ୟ କୌସ୍ତୁଭ ବାଗ ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାମୂହିକ କୃଷ୍ଣ ପୂଜନ ଓ ପ୍ରାର୍ଥନା କରାଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରସ୍ଥ ବୃକ୍ଷରେ ବନ୍ଧା ଯାଇଥିବା ଦହିହାଣ୍ଡି ଭାଙ୍ଗିଥିଲେ କୃଷ୍ଣ। କୁନି କୁନି କୃଷ୍ଣ ମାନଙ୍କୁ ଦେଖିବା ପାଇଁ ବହୁତ ଭିଡ ଜମିଥିଲା ବିଦ୍ୟାଳୟରେ।





