‘ଜିଜ୍ଞାସା’ ପକ୍ଷରୁ ଆୟୋଜିତ ହେଲା ‘ବିଚାର ବୌଦ୍ଧିକତାର ସଂସ୍କାର’ ଶୀର୍ଷକ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନକୁ ନେଇ ‘ଜିଜ୍ଞାସା’ ପକ୍ଷରୁ ‘ବିଚାର ଏକ ବୌଦ୍ଧିକ ସଂସ୍କାର’ ଶୀର୍ଷକ ଏକ ଆଲୋଚନା ଚକ୍ର ଶ୍ରୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଆଲୋଚନା ଚକ୍ରକୁ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସଂଜୀବ କୁମାର ମହାନ୍ତି ଉଦ୍‌ଘାଟନ କରି କହିଥିଲେ ଯେ, ଶ୍ରଦ୍ଧା, ସେବା ଓ ସମ୍ବେଦନା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ବିବେକ ଗଠନରେ ଗୁରୁତ୍ୱପୂର୍ଣ୍ଣ। ଏହି ମୂଲ୍ୟବୋଧ ହିଁ ଜଣେ ବ୍ୟକ୍ତିକୁ ଦାୟିତ୍ୱବାନ ଓ ସଚେତନ ମଣିଷ ଭାବେ ଗଢ଼ି ତୋଳେ ବୋଲି ସେ ମତ ଦେଇଥିଲେ। କବି ପ୍ରଶାନ୍ତ ଦାସ ଆଲୋଚନା ଚକ୍ରରେ ପୌରୋହିତ୍ୟ କରି କହିଥିଲେ ଯେ, ବୁଦ୍ଧି ଓ ବୌଦ୍ଧିକତାର ବିକାଶ ପାଇଁ ଏଭଳି ମୁକ୍ତ ଓ ସୃଜନଶୀଳ ଆଲୋଚନାର ଆୟୋଜନ ଆବଶ୍ୟକ। ଆଲୋଚକ ଅତିଥି ଭାବେ ପ୍ରତିଭାବାନ ଚିତ୍ରଶିଳ୍ପୀ ଲିପ୍ସା ପଟ୍ଟନାୟକ, ଆଇନଜୀବୀ ପର୍ଶୁରାମ ପ୍ରଧାନ ଓ ସୁଶାନ୍ତ ମହାନ୍ତି ଯୋଗଦେଇ ବିଷୟବସ୍ତୁ ଉପରେ ନିଜ ନିଜର ମତ ରଖିଥିଲେ। ପ୍ରାରମ୍ଭରେ ‘ଜିଜ୍ଞାସା’ର ଆବାହକ ବିପ୍ଳବ ଦାସମହାପାତ୍ର ଓ ସଂଯୋଜକ ରାଜେଶ ଗିରି ଆଲୋଚନାର ଉଦ୍ଦେଶ୍ୟ ଓ ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କବି ମଧୁସୂଦନ ମିଶ୍ର, ସନ୍ତୋଷ ଦଳେଇ, ଅମରଜିତ ଦାସ, ସୁକୁମାର ଘୋଷ, ରଶ୍ମିତା ଆଚାର୍ଯ୍ୟ, ସରସ୍ୱତୀ ଭୋଇ, ପ୍ରତିମା ତ୍ରିପାଠୀ, ସୁଜାତା ଦାସ, ସୁପ୍ରଭା ଦଳେଇ ଓ ନନ୍ଦିତା ନାୟକ ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାକୁ ଅଧିକ ସଜୀବ କରିଥିଲେ। ଏହି ଅବସରରେ ‘ଅର୍ପଣ’ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ନିଜ ଅନୁଭବ ବଖାଣିବା ସହ ବୌଦ୍ଧିକତାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସଂଜୀବ କୁମାର ମହାନ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରେୟସୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.