ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର କାଳୀ ମନ୍ଦିର ଛକ ଅନ୍ଧାର ଥିବାରୁ ରାତ୍ରରେ ଦୁର୍ଘଟଣା ହେବାରସମ୍ଭାବନା ଅଧିକ ହେଉଛି | କାରଣ ଏନ.ଏ.ସି.ର କାଳୀ ମନ୍ଦିର ଛକରେ ହାଇମାକ୍ସ ଲାଇଟ ଲାଗିଥିଲା ଯାହା ଦ୍ୱାରା ଲୋକଙ୍କ ବହୁତ ସୁବିଧା ହେବା ଦ୍ୱାରା ରାତ୍ରରେ ଗାଈଗୋରୁ,ଷଣ୍ଢଙ୍କ ଆଜ୍ରମଣ ଏବଂ ମଦୁଆ ଗାଡିଚାଳକଙ୍କ ବେପରୁଆ ଗାଡ଼ି ଚଲେଇବା ଦ୍ୱାରା ବହୁତ ଦୁର୍ଘଟଣାକୁ ଏଡାଇ ଦିଆଯାଉ ଥିଲା |ତାହା ସହିତ,ଏହି ଉଜ୍ବଳ ଆଲୋକ ଦ୍ୱାରା ଚୋରୀ,ଡକାୟତି ରେ ମଧ୍ୟ ସୁଧାର ଆସିଥିଲା | କିନ୍ତୁ ସେଠାରେ ଅଗଷ୍ଟ ମାସରେ ହାଇମାକ୍ସ ଲାଇଟକୁ ବାହାର କରାଯାଇ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟ ସ୍ତମ୍ବରେ ସୁନ୍ଦର ଜାତୀୟ ପତାକା ସ୍ଥାୟୀ ଭାବେ ଉତ୍ତୋଳନ କରି ସବୁଦିନ ପାଇଁ ବ୍ୟବସ୍ଥା କରାଯାଇଥିଲା | ସେବେ ଠାରୁ ସେହି ସ୍ଥାନ ଅନ୍ଧାରରେ ରହୁଥିଲା | ବର୍ତମାନ ଲଗାଯାଇଥିବା ଜାତୀୟ ପତାକା ସ୍ତମ୍ଭ ୧୦ ମିନଟର କାଳ ବୈଶାଖିର ପ୍ରଭାବରେ ତାହା ଭାଙ୍ଗି ଯାଇଛି | ବର୍ତମାନ ବିଭିନ୍ନ ଲୋକଙ୍କ ପ୍ରଶ୍ନ ଲାଇଟ ଯୋଗୁଁ ସେହି ସ୍ଥାନ ଭଲଥିଲା | କିନ୍ତୁ ଶସ୍ତା ମେଟେରିଆଲ ଯୋଗୁଁ ସେହି ସ୍ତମ୍ଭ ଭାଙ୍ଗି ଗଲା | ତେବେ ସେଠାରେ ହାଇମାକ୍ସ ସ୍ଥାପନା ହେବ ନା ପୁଣି ସେହି ଜାତୀୟ ପତାକା ସ୍ତମ୍ଭ ଲାଗିବ ବୋଲି ଜନସାଧାରଣଙ୍କ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି | ତେଣୁ ଏନ.ଏ.ସି.କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହାଉପରେ ଗୁରୁତ୍ୱ ଦେଇ ହାଇମାକ୍ସ ଲାଇଟ ଲଗାଇଲେ ଭଲ ହେବ ବୋଲି ଜନ ସାଧାରଣ ଅନୁରୋଧ କରିଛନ୍ତି |