ତୁଲାପଡା ପାଝରେନ ପୀଠ ଠାରେ ଦେଶ କନ୍ଧ ପୂଜା ଆରମ୍ଭ

କଳାହାଣ୍ଡି,୨୬/୬ : ଆଦିବାସୀ କନ୍ଧ ସଂସ୍କୃତିର ଏକ ଅନନ୍ୟ ପର୍ବ ଦେଶକନ୍ଧ ପୂଜା ତୁଲାପଡା ପାଝରେନ ପୀଠ ଠାରେ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡା ଠାରେ ଥିବା ଏହି ପୀଠ ରେ ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରୁ  ପୂଜା ଆରମ୍ଭ ହୋଇ ପ୍ରଥମ ପାଳି ସଂପନ୍ନ ହୋଇଥିଲା ।

ଏହି ଦେଶପୂଜାର ବିଶେଷତ୍ବ ହେଲା କୋଟବେସ୍କା ପ୍ରଗଣା ଅନ୍ତର୍ଗତ ୧୨ ଗୋଟି ଗ୍ରାମର କନ୍ଧ ମାନଙ୍କ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କ ପୂଜା ୧୨ ସପ୍ତାହ ପର୍ଯ୍ୟନ୍ତ ମଙ୍ଗଳବାର ଦିନ ପାରଂପାରିକ ରିତି ନିତି ଅନୁସାରେ ପାଳନ କରାଯାଇଥାଏ । ଏହି ପର୍ବ କେବଳ କଳାହାଣ୍ଡିରେ ହିଁ ଦେଖାଯାଏ ।

ପାଝରେନ ପୀଠରେ ପୂଜା ସାରି ବଡ଼ପଡା ର ମାଂଜି ଘରେ ଆସନ୍ତା ମଙ୍ଗଳବାର ବଗଟି ଗଡ଼ ପାଇଁ ଗଣ୍ଠି ବନ୍ଧା କାର୍ଯ୍ୟ କରାଯାଇଥିଲା । ଏହା ପରବର୍ତ୍ତି ମଙ୍ଗଳବାର ମାନଙ୍କରେ କ୍ରମାନ୍ବୟରେ ଚିଚିବେଡାର ନାକାବେଡା କାନାବେଡା, କମେଗାଁର ବିରେନ ଦେଇ ସିରେନ ଦେଇ,  ଭାନପୁରର ଦୁଆରସୁନୀ, ଘୋଡାବନ୍ଧର କାଲିସୁନ୍ଦରୀ ଓ ବାଞ୍ଜିବୁଟେନ, ଉଫେରର ଅନ୍ଧାରିପାଟ, ଭାଟେଲର ଚଣ୍ଡି, ମ.ରାମପୁରର କୁସୁମଦେଇ ଓ ଜେନାବୁଡା, ବିଞ୍ଜିନାଲର କପାଟଦେଓ ଓ ଦ୍ବାଦଶ ତଥା ଶେଷ ମଙ୍ଗଳବାରରେ ଅସୁରଗଡର କଲାପାରଙ୍କ ଠାରେ ପୂଜାର୍ଚ୍ଚନା ହେବ ।

ତୁଲାପଡା ପାଝରେନ ପୀଠର ପୂଜା କୋଟ ବେସ୍କା ପ୍ରଗଣାର ପାଟ୍ଟମାଝୀ ଯୁଧିଷ୍ଠିର ମାଝୀ ଙ୍କ ତତ୍ୱାବଧାନରେ ସମ୍ପାଦନ କରାଯାଇଥିଲା । ଏହାସହ ପାଝରାଣୀ ଦେବୀଙ୍କ ଦିହାରୀ, ପୂଝାରୀ, ଯାନୀ, ମାଂଝୀ, ଦେଶ ଦିହାରୀ, ଅସୁରଗଡ଼ ପୂଜା କମିଟିର କାର୍ଯ୍ୟକର୍ତା ସହିତ ଦେଶପୁଝାରୀ, ଦେଶ ଝାକର, ଦେଶଦିହାରି, ଦେଶଯାନୀ, ଦେଶ ପାତର, ଦେଶମାଝୀ, ଦେଶ ଗଠିଆ ମାଝୀ, ଦେଶ ଧଙ୍ଗଡ଼ାମାଝୀ, ଦେଶ ପାନଗିରି, ଏବଂ କନ୍ଧ ସମାଜ ର ନର୍ଲାବ୍ଲକ ସଭାପତି ଅନନ୍ତରାମ ମାଝୀ, ତୁଲାପଡ଼ା ଗ୍ରା.ପ. ସଭାପତି ନୌକା ମାଝୀ, ବାଲିସିଙ୍ଗା ଗ୍ରା.ପ. ସଭାପତି ଶ୍ରୀ ମଦନ ମାଝୀ , ସେରଗଡ଼ ଗ୍ରା.ପ. ସଭାପତି ଶ୍ରୀ ଲୁହାବୀର ମାଝୀ , ତୁଲାପଡ଼ା ଗ୍ରାମର ଗୌନ୍ତିଆ ମନମୋହନ ନାୟକ ସହିତ ଯୁବ ସଙ୍ଗଠକ ଡମ୍ବରୁଧର ମାଝୀ ଓ ଚୌଧୁରୀ ମାଝୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ ।

ଏହି ପାର୍ବଣ କଳାହାଣ୍ଡିର ଭୂମିପୂତ୍ର ଆଦିବାସୀ କନ୍ଧ ମାନଙ୍କ ଐତିହ୍ୟ, ପରଂପରା, ଧର୍ମଧାରା ଓ ସମୃଦ୍ଧ ସଂସ୍କୃତିର ମହାନ ଦିଗକୁ ସୂଚିତ କରାଇଥାଏ । କେଉଁ ଏକ ଆବାହମାନ କାଳରୁ ଏହି ମାଟିରେ ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଥିବା ଅନେକ ଦେବାଦେବୀ ମାନଙ୍କ ପ୍ରତି ଅନୁରକ୍ତି ପ୍ରକାଶ କରିଥାନ୍ତି କନ୍ଧ ସମାଜ । 

Advt. 

ବଲାଂଗିର – କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନୀଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.