ଏଥର ଡବଲ ଇଞ୍ଜିନ ସରକାର ହେବ- ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଭାରତୀୟ ଜନତା ପାର୍ଟିର ପାର୍ଟି ଅଫିସ୍ ଉଦ୍ଘାଟିତ ହୋଇଛି। ସୋମବାର ସଂଧ୍ୟା ୭ ଘଣ୍ଟା ସମୟରେ ବିଜେପି ନର୍ଲା ବିଧାନ ସଭା ପ୍ରାର୍ଥୀ ଅନିରୁଦ୍ଧ ପଧାନ ବିଜେପି ନର୍ଲା ମଣ୍ଡଳର ପାର୍ଟି ଅଫିସର ଶୁଭ ଉଦ୍ଘାଟନ କରିଛନ୍ତି। ନର୍ଲା ମଣ୍ଡଳ ବିଜେପି ସଭାନେତ୍ରୀ ପ୍ରଣତି ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ସଭାପତି ପର୍ଶୁରାମ ପଣ୍ଡା, ପୂର୍ବତନ ସଭାପତି ଆଇନଜୀବୀ ଚନ୍ଦ୍ରଶେଖର ଚାନ୍ଦ, ନର୍ଲା ନିର୍ବାଚନ ମଣ୍ଡଳୀ ବୁଥ ସଂଯୋଜକ ମନ୍ମୟ ଚାନ୍ଦ (ଜିତୁ), ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ କୁମାର ବୁଦ୍ଧିଆ, ପୂର୍ବତନ ସଭାପତି ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବରିଷ୍ଠ ସଦସ୍ୟ ଧନୁର୍ଦ୍ଧର ସେନାପତି, ଅଜିତ ନାଏକ, ଦିଲୀପ ଚାନ୍ଦ, ବିଷ୍ଣୁ ବଡପଣ୍ଡା, କମଲ ପୁଝାରୀ, ରବି ସାହୁ, ଦଶରଥ ସାହୁ, ଜୟରାମ ସାହୁ, ଲକ୍ଷ୍ମଣ ଦୀପ, ଅଶୋକ ଜୈନଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ। ପାର୍ଟି ଅଫିସ ଉଦଘାଟନ ପରେ ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେହେଲିର ଡମ୍ବରୁ ଓ ସରୋଜ ବିଜେପିରେ ସାମିଲ ହୋଇଥିଲେ। ସେମାନଙ୍କୁ ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ ଶ୍ରୀ ପଧାନ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ।
‘ମା’କୁ ସମ୍ମାନ ଗାଁକୁ କାମର ନାରା ଦେଉଥିବା ନବୀନ ସରକାର ସମୟରେ ନାରୀମାନେ ଅସୁରକ୍ଷିତ। ଧର୍ଷଣ, ଲୁଣ୍ଠନ ଭଳି ଘଟଣା ଏହି ବିଜେଡି ସରକାର ସମୟରେ ଅହେତୁକ ଭାବରେ ବୃଦ୍ଧି ପାଇଛି। ବେକାରୀ ସମସ୍ୟା, ଦୁର୍ନିତି ବଢିଛି। ମାନ୍ୟବର ଯଶସ୍ୱୀ ପ୍ରାଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ହିତକର ଯୋଜନା, ମାଗଣା ରାସନ ଯୋଜନା, ଘରଘର ଜଲ୍ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଉଜ୍ୱଳା ଯୋଜନା ଭଳି ବିଭିନ୍ନ ଯୋଜନା ଓ ମୋଦୀ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ। ଲୋକଙ୍କୁ ରାଜ୍ୟ ସରକାରଙ୍କ ଦୁର୍ନିତି ଓ ଭ୍ରଷ୍ଟାଚାର ଉପରେ ଅବଗତ କରୁଛୁ। ହିନ୍ଦୁ ମାନଙ୍କ ଆରାଧ୍ୟା ଦେବତା ପ୍ରଭୁ ଶ୍ରୀରାମ ଲାଲାଙ୍କ ୫୦୦ ବର୍ଷର ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିର ଅଯୋଧ୍ୟାରେ କରି ଦେଖାଇଲେ ମାନ୍ୟବର ପ୍ରଧାନ ମନ୍ତ୍ରୀ। ଗାଁ ଗାଁରେ ଗଳି କନ୍ଦିରେ ମାନ୍ୟବର ଯଶସ୍ୱୀ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଓ ଲୋକାଭୀମୁଖୀ ଜନହିତକର ଯୋଜନା ଗୁଡିକ ପାଇଁ ସ୍ୱତନ୍ତ୍ରତା ରହିଛି। ଏଣୁ ଲୋକେ ବିଜେପିକୁ ବହୁ ସଂଖ୍ୟାରେ ଭୋଟଦେଇ ଡବଲ ଇଞ୍ଜିନ ସରକାର ଗଠନ କରିବେ’ ବୋଲି ବିଜେପି ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ଦୃଢୋକ୍ତି ପ୍ରତିପାଦିତ କରିଥିଲେ।





