ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଏଲଓଙ୍କ ହୃଦଘାତରେ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ଚାଲିଛି ଦେଶର ଶେଷ ପର୍ଯ୍ୟାୟ ମତଦାନ। ଏପରି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଞ୍ଝାରପୁର ବୁଥ୍ ନଂ – ୧୫୭ (ଓଳେଇ ଚନ୍ଦନପୁ୍ର ପଞ୍ଚାୟତ ଅନ୍ତର୍ଗତ ହରସିଂହପୁର ପ୍ରାଥମିକ ବିଦ୍ୟାଳୟ) କାର୍ଯ୍ୟରତ ବି.ଏଲ.ଓ ମନୋରଞ୍ଜନ ସାହୁଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ମେଡିକାଲ ଡାକ୍ତର ପକ୍ଷରୁ ସୁଚନା ମିଳିଛି। ମନୋରଞ୍ଜନ ସାହୁଙ୍କ ଜନ୍ମସ୍ଥାନ ବିଞ୍ଝାରପୁର ବ୍ଲକ ଫତେପୁର ପଞ୍ଚାୟତର ନଛିପୁର ଗ୍ରାମ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.