ବଡ଼ ବରଙ୍ଗା ହାଇସ୍କୁଲର କିରାଣୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ବରଗାଁରରେ ଥିବା ଚକ୍ରପାଣି ଦୋରା ହାଇସ୍କୁଲର କିରାଣୀ ଡ଼ି ରାମାରାଓ ଦୋରା ଅବସର ଗ୍ରହଣ କରିଛନ୍ତି। ଏନେଇ ସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାଶ ସଭାର ସଂଯୋଜନା କରିଥିବାବେଳେ ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ସହ କାର୍ଯ୍ୟରତ ଶିକ୍ଷକ ବସନ୍ତ କୁମାର ସାହୁ, ଦୈତାରୀ ପଣ୍ଡା, ପ୍ରଦୀପ କୁମାର ମହାପାତ୍ର ଓ ଅନ୍ୟନ୍ୟ କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସ୍କୁଲର କିରାଣୀ ଶ୍ରୀଯୁକ୍ତ ଦୋରା ଏହି ସ୍କୁଲରେ ଦୀର୍ଘ ୨୮ ବର୍ଷରୁ ଉର୍ଦ୍ଧ ସମୟ କାର୍ଯ୍ୟରତ ରହି ଗତ ତା ୩୧/୦୫/୨୪ ରିଖରେ ଅବସର ନେଇଛନ୍ତି। ତେଣୁ ତାଙ୍କରଏହି ସ୍କୁଲ ସମୟ ମଧ୍ୟରେ ସେ ସବୁ କାର୍ଯ୍ୟକୁ ଠିକ ଭାବେ ସମ୍ପାଦନ କରିବା ସହିତ ସମସ୍ତ ଷ୍ଟାଫ, ଗ୍ରାମବାସୀ ଓ ଛାତ୍ର, ଛାତ୍ରୀଙ୍କୁ ସବୁବେଳେ ମଧୁର ବ୍ୟବହାର ଦେଖାଇଥିଲେ ତାହା ଉପରେ ଉପସ୍ଥିତ ବ୍ୟକ୍ତି ମାନେ ଭୁୟସୀ ପ୍ରଶଂସା କରିଥିଲେ। ଏହାପରେ ତାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ୱର୍ଦ୍ଧିତ କରି କିଛି ଉପହାର ପ୍ରଦାନ କରିଥିଲେ। ସେହିପରି ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କର ଗୁଣ ଗାନ କରି କିଛି ଉପହାର ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.