ଆଦିବାସୀ ଗାଁରେ ସାରାଦିନ ଜମିଲା ସାରସ୍ଵତ ମହୋତ୍ସବ
ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦର ନିଆରା କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି|ଜୁନାଗଡ଼ (ହେମନ୍ତ ସାହୁ/ ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଥିବା ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଆଦିବାସୀ ଗାଆଁ ଜାକମ୍ ଠାରେ ସାରା ଦିବସ ବ୍ୟାପୀ ଜନପଦ କବିତା ଆସର ଓ ଆଲୋଚନା ଚକ୍ର ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥି ମାନେ ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦର ଏହା ଏକ ନିଆରା ତଥା ଅନନ୍ୟ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିଥିଲେ। ଡହ ଡହ ଖରାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ସେଠି କବିଟିଏ ତାକୂ ଭୃକ୍ଷେପ ନ କରି କବିତା ପଢିବା ପାଇଁ ପହଞ୍ଚି ଯିବା କମ୍ ସାହାସିକତା ନୁହେଁ ବୋଲି ମତ ପ୍ରକାଶ କରିଥିଲେ। କବି ସୁଧୀର ମେହେରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ତଥା ଗବେଷକ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସମ୍ମାନୀତ ବକ୍ତା ଭାବେ ବିଶିଷ୍ଟ କବି ତଥା ନାଟ୍ୟକାର ବିରଞ୍ଚିନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଭାବେ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ସମାଜସେବୀ ଶିବରାମ ନାୟକ ଯୋଗ ଦେଇଥିବା ବେଳେ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ମୋନାଲିସା ସାହୁ। କବି ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ବନଶ୍ରୀ ଦାଶ କବିତା ସଂଯୋଜନା କରିଥିଲେ। କବିତା ପାଠର ଆରମ୍ଭରେ ଜନ ପଦ ଜାକମ ଗାଁର ଫୁଲେ ମାଝୀ, ଗୁରୁବାରୀ ମାଝୀ, ଡୁମ୍ୱେ ମାଝୀ, ଦୃପତି ମାଝୀ ଆଦିବାସୀ ଗୀତ ପରିବେଷଣ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସତୁରୀରୁ ଅଧିକ କବି କବିତା ପାଠ କରିଥିଲେ। ଶେଷରେ ଚନ୍ଦ୍ର ଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଜାକମ ଗ୍ରାମବାସୀଙ୍କ ସହ ମଧ୍ୟାହ୍ନ ଭୋଜନ ହୋଇଥିଲା। କବି ଅଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ମୁଖ୍ୟ ବକ୍ତା ମନୋଜ କୁମାର ମହାନ୍ତି (ବିଶିଷ୍ଟ ଗାଳ୍ପିକ), ସମ୍ମାନୀତ ଅତିଥି, ଡିଲେଶ୍ୱର ରଣା (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ), ସମ୍ମାନିତ ଅତିଥି ଭାବେ ନେପାଳ ଚନ୍ଦ୍ର ବାଗ (ବରିଷ୍ଠ ଶିକ୍ଷକ ଓ ବିଶିଷ୍ଟ କବି), ପଲ୍ଲବୀ ଦାସ (ବିଶିଷ୍ଟ କବୟିତ୍ରୀ), ଐଶ୍ୱର୍ଯ୍ୟା ପ୍ରଧାନ (ବିଶିଷ୍ଟ କବୟିତ୍ରୀ) ଯୋଗଦେଇ ଥିବାବେଳେ କବିତା ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ କବି ହେମନ୍ତ ସାହୁ। ସଭାପତି ଅଜୟ କୁମାର ଦାସ (ବିଶିଷ୍ଟ ସମାଜ ସେବୀ ଓ ସାହିତ୍ୟିକ) ନିଜର ବକ୍ତବ୍ୟ ରଖିଥିଲେ। ଧନ୍ୟବାଦ୍ ଅର୍ପଣ ନବଘନ ସାହୁ (ସଂସଦ ସଦସ୍ୟ ଓ କବି) କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମଲାଲ ବାଗ, ଦୀନେଶ ମେହେର, ମନୋଜ ମେହେର, ଭାଗିରଥି ସାଗର, ବେଣୁଧର ବାଗ, ଦୟାନିଧି ବାଣୁଆ, ରୁଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।