ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ

ଅଘୋଷିତ ବିଦ୍ୟୁତ କାଟ ହେବା ଫଳରେ ଲୋକେ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଗତ କିଛିଦିନ ହେବ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ସାଙ୍ଗକୁ ଗୁଲୁଗୁଲି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ  ତାଣ୍ଡବରେ ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବା ଫଳରେ ବିଦ୍ୟୁତ ସରବରାହ ଠପ୍ ହୋଇଯିବାରୁ ଜନଜୀବନ ପ୍ରଭାବିତ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଗତ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଝାଞ୍ଜି ପବନ ଅନୁଭୁତ ହେଉଥିବା ବେଳେ ବିଦ୍ୟୁତର ଲୁଚକାଳି ଖେଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଳବୈଶାଖୀ ପ୍ରଭାବରେ ଅଳ୍ପ ଝଡ଼ ବର୍ଷା ହେଲେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଏବଂ ଅବହେଳା ଯୋଗୁଁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍ ହେବା ଲୋକଙ୍କ ମନରେ ଚିନ୍ତାର ବିଷୟ ପଲଟିଛି। କୋକସରା ବ୍ଲକ ଗଡରାମାଲ ଷ୍ଟ୍ରକଚରକୁ ଇନ୍ଦ୍ରାବତୀ ବିଦ୍ୟୁତ ଶକ୍ତି ଉତ୍ପାଦନର ବାନେର ସବ୍ ଗ୍ରୀଡ ରୁ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଉଛି ହେଲେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ ଚାଲିଯାଉଛି ଯାହାରି ଫଳରେ ବିଦ୍ୟୁତ ବିଭାଗ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି। କୋକସରା ବ୍ଲକ ଗଡରାମାଲ ରୁ ଚିକିଳି ଫିଡର ଦେଇ ଜୟପାଟଣା ବ୍ଲକ ର ରେଙ୍ଗାଲ ପାଲି, ବିମଳା, କଦଳୀ ବାହିଲି, ଗୋପାଳ ପୁର, ତାଲପଦର,କୁଚା ଗାଁ, ଅଁଳା ଭଟ୍ଟା, ବଡ଼ ପୁଝାରୀ ଗୁଡା,ଉଚ୍ଛଳା,ବେହେରନ୍ ସିଲି ଘଣ୍ଟି ଗୁଡା,ପଲସ ତଥା ଦୀର୍ଘ ୮୦ କି:ମି: ଦୂର ଦୁର୍ଗମ ଅଞ୍ଚଳ ଜରିଗୁମା,କୋକୋଡି ଆଦି ଅଞ୍ଚଳ କୁ ବିଦ୍ୟୁତ ଯୋଗଣ ହେଉଛି ହେଲେ ଟାଟା ପାୱାର କମ୍ପାନୀ ନେବା ଦିନ ଠୁ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପଳସ ସଂଯୋଗ କରୁଥିବା ବିଦ୍ୟୁତ ତାର ପୁଝାରୀ ଗୁଡା ଏବଂ ବେହେରନ୍ ସିଲ୍ ଜଗନ୍ନାଥ ମନ୍ଦିର ଠାରେ ବିଦ୍ୟୁତ ତାର ଛିଣ୍ଡି ଯିବା ଫଳରେ ବିଦ୍ୟୁତ ସେବା ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଜରୁରୀକାଳୀନ ସମୟରେ ବିଭାଗୀୟ କର୍ ଫୋନ୍ କଲେ ସୁଇଚ୍ ଅଫ୍ ତୋ କେତେବେଳେ ଫୋନ୍ କଲ୍ ଉଠାଉ ନ ଥିବା ଅନେକ ବିଦ୍ୟୁତ ଉପଭୋକ୍ତା ଅନେକ ସମୟରେ ଅଭିଯୋଗ କରିଛନ୍ତିି କିନ୍ତୁ ବିଭାଗୀୟ ଅଧିକାରୀ ଚୁପ୍ ରହୁଛନ୍ତି। ବିଦ୍ୟୁତ ବିଭାଗୀୟ ଉଚ୍ଚ ଅଧିକାରୀ ପଦକ୍ଷେପ ନେବାକୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.