ଇଷ୍ଟେର୍ଣ ଫାଉଣ୍ଡେସନର ନୂତନ କାର୍ଯ୍ୟକର୍ତ୍ତା ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ଇଷ୍ଟେର୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ବାଲେଶ୍ବର ଜିଲ୍ଲାର ଦୁବଲାଗଡି ସ୍ଥିତ ଗେଲେକ୍ସି ନେଚର କେମ୍ପ ପରିସରରେ ସୋମବାର ଗଭର୍ଣ୍ଣିଙ୍ଗବଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପ୍ରଦୀପ୍ତ କିଶୋର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ  ଶ୍ରୀ ରଘୁନାଥ ଜେନାଙ୍କୁ ଇ ଏଫ ଏ ସି ର ସମ୍ପାଦକ, ଆର୍ଯ୍ୟପ୍ରଞ୍ଜ ବାସବଡାଟାଙ୍କୁ କୋଷାଧକ୍ଷ, ଆଥିସ କାସରଗଡ଼ଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳକ ଭାବେ ସର୍ବସମତି କ୍ରମେ ମନୋନୀତ କରାଯାଇଛି। ଏହି ଅବସରରେ ଦୈତାରୀ ବେହେରା ସଭ୍ୟପଦ ଗ୍ରହଣ କରିଥିଲେ। ଏହି ବୈଠକରେ ଉପସ୍ଥିତ ସଭ୍ୟମାନେ ହେଲେ ପ୍ରଦୀପ୍ତ କିଶୋର ଦାସ, ରଘୁନାଥ ଜେନା, ଦୈତାରୀ ବେହେରା, ଆର୍ଯ୍ୟପ୍ରଜ୍ଞା ବାସବଡତା, ଅର୍ଚନା ଜେନା, ସୁବର୍ଣ୍ଣ ରାୟ, ରଙ୍କନିଧି ସୁତାର, ୟାଥିସ କାସରଗଡ଼। ଆସନ୍ତା ବାର୍ଷିକ ଉତ୍ସବ ରାଜସ୍ଥାନ ରେ ଆଥିସ କାସରଗଡ଼ ମାର୍ଗଦର୍ଶନରେ ଅନୁଷ୍ଠିତ ହେବ। ସମସ୍ଥ ସଭ୍ୟପଦମାନେ ସହଯୋଗ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.