ସାବେତ୍ରୀ ବ୍ରତରେ ପାଣ୍ଡିଆନଙ୍କୁ ମନେ ପକାଉଛନ୍ତି ନର୍ଲାବାସୀ

ପୁଣି ନର୍ଲା କେବେ ଆସିବେ ପାଣ୍ଡିଆନ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାବାସୀ ସାବେତ୍ରୀ ଅମାବାସ୍ୟା ଦିନରେ ବିଜେଡି ଦଳର ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ବହୁତ ମନେ ପକାଉଛନ୍ତି। ଠିକ ସାବେତ୍ରୀ ବ୍ରତ ଦିନ ୨୦/୫ରେ ନର୍ଲା ହାଇସ୍କୁଲ ଖେଳ ପଡିଆରେ ବହୁତ ବଡ ଧରଣର କାର୍ଯ୍ୟକ୍ରମ କରିଥିଲେ ପାଣ୍ଡିଆନ। ସାବେତ୍ରୀ ବ୍ରତ ହେଉଛି ମହିଳା ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରତ। ସ୍ୱାମୀଙ୍କ ମଙ୍ଗଳ ମନାସୀ, ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ଏବ୍ରତ କରିଥାନ୍ତି। ଏହି ଦିନରେ ଘର ଦ୍ୱାର ଲିପାପୋଛା କରି ସକାଳୁ ଗାଧୁଆ ପାଧୁଆ ସାରି ବ୍ରତ କାମରେ ଲାଗି ପଡିଥାନ୍ତି। ହେଲେ ଗତବର୍ଷ ଠିକ ଏହି ସାବେତ୍ରୀ ବ୍ରତ ଦିନ ୫ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଦିନ ୧୨ ଘଣ୍ଟା ସମୟରେ ହୁତୁ ହୁତୁ ଖରାରେ ନର୍ଲା ହାଇସ୍କୁଲ ପଡିଆରେ ଜମା କରି ଉଦବୋଧନ ଦେଇଥିଲେ, ସେଲଫି ମଧ୍ୟ ନେଇଥିଲେ ପାଣ୍ଡିଆନ। ସକାଳ ୭ ଘଣ୍ଟା ରୁ ଗାଡ଼ି ଯୋଗେ ସେମାନଙ୍କୁ ମିଟିଂ ସ୍ଥଳକୁ ବୁହା ହୋଇଥଲା। ଅଞ୍ଚଳର ସମସ୍ତ ମହିଳା ମାନଙ୍କ ସାବେତ୍ରୀ ବ୍ରତ ପାଳନରେ ବ୍ୟାଘାତ ଉପୁଜିଥିଲା। ସକାଳ ୮ ଘଣ୍ଟାରୁ ମିଟିଂ ସ୍ଥଳକୁ ଆସିଥିବା କେତେକ ମହିଳା ମିଟିଂ ଜାଗାରେ ଫଟୋରଖି ଫୁଲ,ଫଳ ଚଢାଇ ସାବେତ୍ରୀ ବ୍ରତ ପାଳନ କରିଥିଲେ। ମିଟିଂରେ ପାଣ୍ଡିଆନ କହିଥିଲେ – ନିଜ ମନ ଭିତରେ ସ୍ୱାମୀଙ୍କ ପାଇଁ ଭକ୍ତି ରଖିବା ହିଁ ସାବେତ୍ରୀ ବ୍ରତ ପାଳନ। ମୋତେ ଦୁଃଖ ଲାଗୁଛି ଆପଣ ମାନଙ୍କ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୂଜା ଦିନରେ ଆପଣ ମାନଙ୍କୁ ମୁଁ ମିଟିଂକୁ ଡାକିଛି। ହେଲେ ବହୁତ ଖୁସି ଲାଗୁଛି ଯେ ଆପଣ ମାନେ ଆଜିର ଦିନରେ ସାବେତ୍ରି ପୂଜା ରହିଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଏଠି ସମବେତ ହୋଇଛନ୍ତି। ଆମର ଉଦ୍ଦେଶ୍ୟ ହେଉଛି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ କରିବା ବୋଲି କହିଥିଲେ। ଏହି ଦିନ ନର୍ଲା ହାଇସ୍କୁଲ ପଡ଼ିଆରେ ବହୁତ ବଡ ଧରଣର ହୋଇଥିଲା ନବୀନ ଓଡିଶା କାର୍ଯ୍ୟକ୍ରମ। ମହିଳା, ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭରିଯାଇଥିଲା ମିଟିଂ ସ୍ଥଳ। ନର୍ଲା ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଜେଡିର ସଙ୍ଗଠନ ସମ୍ପାଦକ ବବି ଦାସ, ତତ୍କାଲିନ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ମିଟିଂ ବ୍ୟବସ୍ଥା କଥା ପରଖି ଥିଲେ। ଭିକେ ପାଣ୍ଡିଆନଙ୍କ ସହ ଭିନିଲ କ୍ରୀଷ୍ଣା, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଲୋକଙ୍କ ଠାରୁ ଦରଖାସ୍ଥ ସଂଗ୍ରହ କରାଯାଇଥିଲା ଏବଂ ସପ୍ତାହକ ମଧ୍ୟରେ ଆଶ୍ଚର୍ଯ୍ୟ ଚକିତ ଭାବରେ ନର୍ଲା ବ୍ଲକ ଅଧିନସ୍ଥ ଦରଖାସ୍ଥ କରାଯାଇଥିବା ସମସ୍ତ ମନ୍ଦିର ଓ ମଠ ପାଇଁ ୨୭ କୋଟିରୁ ଉର୍ଦ୍ଧ୍ୱ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। ପାଣିଆନ ମଞ୍ଚରେ କମ ଓ ପବ୍ଲିକ ଗହଣରେ ବେଶି ଦେଖା ଦେଇଥିଲେ। ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ସହ ମନଭରି ଭରପୁର ସେଲଫି ଉଠାଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡିର ଦୁର୍ଗ ଭୁଷୁଡି ପଡିଛି। ସେପଟେ ନବୀନ ନିବାସ ଖାଁଖାଁ ଲାଗୁଛି। ସତକଥା। ହେଲେ ସାବେତ୍ରୀ ବ୍ରତ ଦିନରେ ନର୍ଲା ପାଇଁ ପାଣ୍ଡିଆନ ଦେଇଯାଇଥିବା ଉପହାରକୁ ଆଜିବି ଅଞ୍ଚଳବାସୀ ମନେ ପକାଉଥିବା ଜଣାପଡିଛି। ନର୍ଲା ବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ପୁଣି କେବେ ନର୍ଲା ଆସିବେ ପାଣ୍ଡିଆନ ସାର??

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.