ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ କିଟ ଓ କିସ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ଆର୍ଟ ଅଫ ଗିଭିଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାମନ୍ତଙ୍କ ଜୀବନଦର୍ଶନକୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ସମାଜସେବୀ, ବରିଷ୍ଠ ବ୍ୟକ୍ତି, ସଧାରଣ ଜନତା , ମିଶନ ଶକ୍ତିର ମହିଳା ଓ ଅଭିଭାବକ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବୈଦ୍ୟରାଜ ପବିତ୍ର ଶବର, ଶିକ୍ଷାବିତ୍ ଜିତେନ୍ଦ୍ର କୁମାର ବିଶ୍ବାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ, ଯୁବ ସ୍ଵେଚ୍ଛାସେବୀ ପ୍ରକାଶ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକରେ ସ୍ଵେଚ୍ଛାସେବୀ ଭାବରେ ସେବା ପ୍ରଦାନ କରିଥିବା ବ୍ୟକ୍ତି ମିଲନ କୁମାର ଭୋଇଙ୍କ ସମେତ ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା କଲମ ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ ଅନୁଷ୍ଠାନର ଶିକ୍ଷକ ଟୁକୁଲାଲ ଶବର ଓ କ୍ଷୀରସିନ୍ଧୁ ସାହୁ ପରିଚାଳନା କରିଥିବା ବେଳେ ମଶାଣିବନ୍ଦ ସ୍କୁଲର କ୍ରୀଡା ଶିକ୍ଷକ ଅଜିତ କୁମାର ନାଏକ, କିସ୍ ର ପୂର୍ବତନ ଛାତ୍ର ଗୋପୀନାଥ ଶବର ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ। କାର୍ଯକ୍ରମ ଶେଷରେ ଜଳନ୍ଧର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।