ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମନୁଷ୍ୟର ଜୀବନ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ। ସ୍ୱଚ୍ଛ ଅମ୍ଳଜାନ, ସୁଷମ ଖାଦ୍ୟ, ସ୍ୱଚ୍ଛଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ପୂରଣ କରିଥାଏ। ବନମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମଙ୍ଗଳବାର କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ତତ୍ୱାବଧାନରେ ବୃକ୍ଷରୋପଣ ଓ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆଶିଷ ରଂଜନ ପଟେଲ, ଡମ୍ବରୁଧର ନାଏକ, ରେଣୁକା ସାହୁ, ଶୃତିମୟୀ ଦୁର୍ଗା, ସୁଭାଷିନୀ ଦାସ, ସୀତାରାମ ରାଉତ, ନିରଞ୍ଜନ ନିଆଲ, ବବୃବାହାନ ଛତ୍ରିଆ, କରୁଣା କର କହଁର, ମାନସ ରଞ୍ଜନ ମେହେର, ସରୋଜ ସାହୁ, ନିରୋଜ ବିଶ୍ଵାଳ, ସୁଶୀଲ କୁମାର ସାହୁ, ଜଗଦୀଶ ଠାକୁର, ରଞ୍ଜନ କୁମାର ନାଏକ, ବିରଞ୍ଚି ସାହୁ, ସନ୍ତୋଷ କୁମାର ବେଶ୍ରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଵିନୋଦ ବାଗ ଓ ସଭ୍ୟସଭ୍ୟା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୋଟିଏ ଲେଖାଏଁ କଦମ୍ବ, ଆମ୍ବ, ପଣସ, ସଜନା, ପିଜୁଳି, ଅଁଳା, ବେଳ, ଆତ , ନିମ୍ବ ଆଦି ବୃକ୍ଷ ରୋପଣ କରିଥିଲେ। ପରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ପରିବେଶ ସଚେତନ ଓ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜନ୍ମ ଦିନରେ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ କୁହାଯାଇଥିଲା। ସଭାଟିକୁ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ବବୃବାହାନ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.