ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଥିବା ଶ୍ରୀ ରାମ କୃଷ୍ଣ ଆଶ୍ରମର ସ୍ମାରକୀ ହଲ୍ ଠାରେ ଆନ୍ତର୍ଜାତୀୟ ରକ୍ତ ଶିକୁଳି ରୋଗ ନିରାକରଣ ସମ୍ବନ୍ଧୀୟ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଆଶ୍ରମର ସମ୍ପାଦକ ସ୍ବାମୀ ଆଶୋକାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମ.ରାମପୁରର ଡାକ୍ତରୀ ଦଳ, ଆଶ୍ରମର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳଙ୍କ ସମେତ ଆଶ୍ରମର ଅନ୍ୟାନ୍ୟ ସନ୍ୟାସୀଗଣ, କର୍ମଚାରୀ ବୃନ୍ଦ ଓ ଆଦିବାସୀ ଛାତ୍ରାବାସର ଅନ୍ତେବସିଗଣ ଆଦି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୭୮ଜଣ ଛାତ୍ରମାନଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠଯାଇଛି। ମଞ୍ଚାସୀନ ସମ୍ପାଦକ ଓ ସହ-ସମ୍ପାଦକ ସନ୍ୟାସୀ ଦ୍ୱୟ ଉପସ୍ଥିତ ଜନ ସାଧାରଣଙ୍କୁ ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ।




