ସାମ୍ବାଦିକ ଖାରବେଳ ନନ୍ଦଙ୍କ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ବବାଣି ଖବରକାଗଜର ନର୍ଲା ପ୍ରତିନିଧି ଖାରବେଳ ନନ୍ଦ ବୁଧବାର ରାତି ୧.୩୦ରେ ବରଗଡ଼ର ବିକାଶ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ଗତ ରବିବାର ଦିନ ଛାତିରେ ଯନ୍ତ୍ରଣା ହେବାରୁ ସାଙ୍ଗେ ସାଙ୍ଗେ ତାଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ନିଆ ଯାଇଥିଲା।  ହେଲେ ବଲାଙ୍ଗୀରର ଡାକ୍ତର ବାହାରକୁ ନେବା ପାଇଁ କହିବାରୁ ତାଙ୍କୁ ବରଗଡ଼ର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତୁରନ୍ତ ହାର୍ଟ ଅପରେସନ ମଧ୍ୟ କରାଯାଇଥିଲା। ତେବେ ବୁଧବାର ରାତି ୧.୩୦ରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସ୍ବର୍ଗତ ନନ୍ଦ ଏକାଧାରରେ ଜଣେ ସାମ୍ବାଦିକ, ଲେଖକ, ଗୀତିକାର ଥିଲେ। ସେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକର ଘୁମସର ଗ୍ରାମରେ ଜନ୍ମ ହୋଇଥିଲେ ଏବଂ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଶିକୁଳି ଗ୍ରାମରୁ ବାହାହୋଇ ମ.ରାମପୁର ଠାରେ ରହି ଆସୁଥିଲେ।ତାଙ୍କର ସ୍ତ୍ରୀ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଥିବାବେଳେ ସେମାନଙ୍କ ଦୁଇଟି ଝିଅ ଅଛନ୍ତି। ଗୁରୁବାର ଦିନ ନିଜ ଗାଁ ଘୁମସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ସେ ଜଣେ ମେଳାପି, ଶାନ୍ତ ସ୍ବଭାବର ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ନର୍ଲାର  ସାମ୍ବାଦିକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମ୍ବାଦିକ ଖାରବେଳ ନନ୍ଦଙ୍କ ମୃତ୍ୟୁ ଖବର ପାଇ ନର୍ଲା ବିଧାୟିକା ମନୋରମା ମହାନ୍ତି ମଧ୍ୟ ଅମର ଆତ୍ମାର ସତଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.