ସଇଁତଲାରେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଜାମପଦର ସ୍ଥିତ ପୋଲିସ କଲୋନୀ ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବ୍ଲକସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହ ଉଦଯାପିତ ହୋଇଯାଇଛି। ଏହି ପରିପେକ୍ଷୀରେ ମୁଖ୍ୟଅତିଥି ଭାବରେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ଯୋଗଦାନ କରିଥିବା ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ଜିଲ୍ଲା ସଭାପତି ତଥା ସଂଘ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ସେଲମା ଓ ଫରେଷ୍ଟର ଧର୍ମେନ୍ଦ୍ର ସାଏ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ କଲୋନୀ କେମ୍ପସରେ ଲିମ୍ବ, ପଣସ, ବଉଳ, କରଣଞ୍ଜ, ଅଏଲା, ବରଗଛ ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା। ଏହି ସମୟରେ ସଂଘ ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, କୋଷାଧକ୍ଷ ଅଜିତ ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଲକ୍ଷ୍ମୀଧର ସାହୁ, ପୋଲିସ ଷ୍ଟାପ ରେବତୀ ଭାଟି, ବନ ବିଭାଗ କର୍ମଚାରୀ, ସାମ୍ବାଦିକ ବନ୍ଧୁ ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.