ଜଗତସିଂହପୁର ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ବିଜେପି ବିରୁଦ୍ଧରେ ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ରାଜ୍ଯ ଛାତ୍ର ଓ ଯୁବ କଂଗ୍ରେସ ଡାକରାରେ ଶୁକ୍ରବାର ଜଗତସିଂହପୁର ଠାରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ବିଜେପି ବିରୁଦ୍ଧ ରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗତ ୨ତାରିଖରେ ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ପଥର ମାଡ ଓ ହିଂସା ବିରୁଦ୍ଧରେ ପ୍ରତିବାଦ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସର କର୍ମୀମାନେ ଟାଉନ ହଲ୍ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବିଜେପି ବିରୁଦ୍ଧରେ ନାରାବାଜି କରି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଉପରୋକ୍ତ ଦାବିକୁ ନେଇ ଡିଜି ଓ ଆଇଜିଙ୍କ ନିମନ୍ତେ ଏକ ଦାବି ପତ୍ର ଜଗତସିଂହପୁର ଆରକ୍ଷୀ ଅଧିକାରୀଙ୍କ ମାଧ୍ଯମରେ ଦେଇଥିଲେ। ପରେ ରାହୁଲ ଗାନ୍ଧୀଙ୍କ ଫଟୋରେ କ୍ଷୀର ଓ ଫୁଲ ଅଭିଷେକ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ରାଜ୍ଯ ଛାତ୍ର କଂଗ୍ରେସ ଉପ ସଭାପତି ଆଦିତ୍ୟ ପ୍ରିତମ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାଇ ପ୍ରଭଞ୍ଜନ ମହାପାତ୍ର(ବଣ୍ଟି), ରାଜ୍ଯ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍, ଜଗତସିଂହପୁର ଯୁବ କଂଗ୍ରେସ ସଭାପତି ସ୍ଵରୂପ କାନୁନଗୋ, ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ୱର ପଣ୍ଡା, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ବ୍ଲକ ଯୁବ କଂଗ୍ରେସ ସଭାପତି ଅମରେଶ ରାଉତ, ଭିକି ଶର୍ମା, ନିହାର ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସମ୍ପାଦକ ସୁଜିତ ଦାସ, ନାରାୟଣ ନାୟକ, ବିଶ୍ବଜିତ ମହାନ୍ତି, ମୁକ୍ତାର ଅଲ୍ଲୀ, ସୌମ୍ଯ ରଞ୍ଜନ ମାହାଳି, ସୁଶୀଲ କୁମାର ଦାସ, ପ୍ରଦୀପ୍ତ ସୁନ୍ଦର ନାୟକ, ଶୁଭାସିସ ସ୍ବାଇଁ, ଅମରେନ୍ଦ୍ର ମହାନ୍ତି, ସୁବୋଧ ନାରାୟଣ ସାହୁ, ସୌମ୍ଯ ରଞ୍ଜନ ସ୍ବାଇଁ, ଦେବାଷିସ ମଲ୍ଲିକ, ସୌମ୍ଯ ରଞ୍ଜନ ଜେନା ସୌଭାଗ୍ଯ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.