କୋକସରା ଅଗ୍ନିଶମ କାର୍ଯ୍ୟାଳୟଠାରେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୁନାଗଡ଼ ରେଞ୍ଜ ଅଧିନ କୋକସରା ଫରେଷ୍ଟ ସେକ୍ସନ ପକ୍ଷରୁ ରବିବାର ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ, ଜଗନ୍ନାଥ ନାଏକ, ହିମାଦ୍ରୀ ତନୟା ବିଶି, ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗ, କର୍ମଚାରୀ ମନୋଜ ବିଶ୍ୱାଳ, ରାଧେଶ୍ୟମ ପ୍ରଧାନ, ଶ୍ୟାମ ଲାଲ ଗଣ୍ଡ, ଲଳିତ ପୁଟେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.