ଓଡ଼ିଆ ବାର୍ତ୍ତା/ ଯୋଧପୁର: ୧୫ତମ ଅନ୍ତରାଷ୍ଟ୍ରୀୟ ରଂଗମଲହାର କାର୍ଯ୍ୟକ୍ରମ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଇଷ୍ଟେର୍ଣ ଫାଉଣ୍ଡେସନ ସହଭାଗିତା କରିଥିଲା। ୨୦୦୯ ରେ ଭାରତ ର ବିଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀ ବିଦ୍ୟାସାଗର ଉପାଧ୍ୟାୟ ଭଲ ବର୍ଷା ଓ ପରିବେଶ ସୁରକ୍ଷା ପାଇଁ ଚିତ୍ରକାର ମାନଙ୍କୁ ନେଇ ରଂଗମଲହାରର ପରିକଳ୍ପନା କରିଥିଲେ। ପ୍ରତ୍ୟେକ ବର୍ଷା ଗୋଟିଏ ଅବଜେକେଟ ଚୟନ କରି ସେଥିରେ ପୈଁଟିଙ୍ଗ କରାଯାଏ. ଆଗରୁ ଛତା, ମାସ୍କ, ଟି ସାର୍ଟ, ବେଗ, ସାଇକେଲ, ଲଣ୍ଠନ, ଚା କେତିଲ ଇତ୍ୟାଦି ରେ ପୈଁଟିଙ୍ଗ ହୋଇଥିଲା। ଏ ବର୍ଷ ଆର୍ଟିଷ୍ଟ ଏପ୍ରନ କୁ ପୈଁଟିଙ୍ଗ କରିବାକୁ ଚୟନ କରାଯାଇଥିଲା। ଇଷ୍ଟେର୍ଣ ଫାଉଣ୍ଡେସନ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଆୟୋଜିତ କରିଥିଲା।

ଅଫଲାଇନ କାର୍ଯ୍ୟକ୍ରମ ଯୋଧପୁର ସ୍ଥିତ ସ୍ୱାମୀ କୃଷ୍ଣାନନ୍ଦ ସଭାଗର ଠାରେ ହୋଇ ଯାଇଛି। ଏଥିରେ ମୋଟ ୭୧ ଶିଳ୍ପୀ ଭାଗ ନେଇଥିଲେ ଅନଲାଇନ ରେ ୬ ଜଣ ଭାଗନେଇଥିଲେ।
ଆଜି ଦିନ ରେ ବିଭିନ୍ନ ସଂସ୍ଥା ଭାରତ ଓ ଭାରତ ବାହାରେ ଏକ ସମୟରେ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଇଷ୍ଟେର୍ଣ ଫାଉଣ୍ଡେସନ ର ସଭାପତି ଶ୍ରୀ ପ୍ରଦୀପ୍ତ କିଶୋର ଦାସ ପରିଚାଳନା କରିଥିଲେ। ସେ ଯୋଧପୁର ଠାରେ ନିଜ ଏପ୍ରନ ରେ ବର୍ଷା ସହିତ ଭଗବାନ ଜଗନ୍ନାଥଙ୍କୁ ଅଙ୍କନ କରିଥିଲେ, ସେହିପରି ଓଡିଶାର ମନୋଜ କୁମାର ସନ୍ଧ୍ୟା ରଥଯାତ୍ରା ଉପରେ ପୈଁଟିଙ୍ଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଷ୍ଟେର୍ଣ ଫାଉଣ୍ଡେସନ ର ସଭ୍ୟ ଆର୍ଯ୍ୟପ୍ରଜ୍ଞା ବାସବଡତା, ଦଇତାରୀ ବେହରା , ନିର୍ଜା ପିତାର, ସ୍ଵାତି ଯେନ, ଟିକମ ଖଣ୍ଡପ ପ୍ରଭୁତି ସାମିଲ ହୋଇଥିଲେ।

 
                                        
 
 
         
 
         
 
        
 
 
        

