ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁନ୍ଦେଇପାଲି ସ୍ଥିତ ତେଲନଦୀର ଭଁଇରୀଗୁଭା ବଡଗସା ତେରେସିଂହା ଆଞ୍ଚଳିକ କେଉଁଟ କୈବର୍ତ୍ତ ସଂଘ ସଭାପତି ଦାମୋଦର ନାଏକ ଓ ସଂପାଦକ ସୁଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ମାଁ ସୁରେଶ୍ଵରୀ ମନଖାଇଙ୍କ ଐତିହାସିକ ଘାଟ ଯାତ୍ରା ଏବଂ ଡଙ୍ଗା ପୁଜା ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପୂଜକ ଭାବରେ ଭଗବାନ ନାଏକ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଥବିର ନାଏକ, ଭମର ନାଏକ,  ଗଣ୍ଡାରାମ ନାଏକ, ଗୁଣନିଧି ନାଏକ, ରୋହିତ ନାଏକ, ଶଙ୍କର ନାଏକ, ଗୁହୁରୀଆ ନାଏକ, ମିନକେତନ ନାଏକ, ମଳଧର ଦଣ୍ଡସେନା, ଜଗଦୀଶ ଦଣ୍ଡସେନା, ପଦ୍ମନାଭ ନାଏକ, ଅଭିରାମ ଦଣ୍ଡସେନାଙ୍କ ସମେତ ଅଞ୍ଚଳର ଶତାଧିକ ଭକ୍ତ ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ଯାତ୍ରାରେ ମାଁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଅନେକ ଭକ୍ତଙ୍କ ସମାଗମ ହୋଇଥିଲା। ମାନସୀକଧାରୀଙ୍କ ମାନସିକ ପୂରଣ ହୋଇଥିବାରୁ କେତେକ ଭକ୍ତ ବୋଦା ବଳି ଦେଇଥିଲେ। ସେହିପରି ଆମ୍ବପାଲି ତେଲନଦୀ ଘାଟ ରେ ଖୁସମାଳ ଦକ୍ଷିଣାଞ୍ଚଳ କେଉଁଟ କୈବର୍ତ୍ତ ସମାଜର ଘାଟଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଜଗଦୀଶ ନାଏକ, ସଭାପତି ଶେଷଦେବ ମଲ୍ଲିକ, ଉପସଭାପତି କିଶୋର ନାଏକ, ସଂପାଦକ କୁଶରଂଞ୍ଜନ ନାଏକ, ସଭ୍ୟ ଆଶିଷ ଦଣ୍ଡସେନା, ବିମ୍ବା ମଲ୍ଲିକ, ସୋମନାଥ ନାଏକ, ମନୋରଞ୍ଜନ ନାଏକ,ଓ ସମସ୍ତ ସଭ୍ୟ ସାମିଲ ହୋଇ ପୂଜା ସଂମ୍ପର୍ଣ୍ଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.