ଦେଶରେ ଏକ୍ ଭାରତ ଶ୍ରେଷ୍ଠ ଭାରତ ବାର୍ତ୍ତା ପହଞ୍ଚାଇ ଫେରିଲେ ସତ୍ୟନାରାୟଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କଲେଜର ଏନସିସି କ୍ୟାଡେଟ ତଥା ସୋନପୁର ମାଟିର ସାହସୀ ପୁଅ ସତ୍ୟନାରାୟଣ ବାଗ ଏକ ଭାରତ ଶ୍ରେଷ୍ଠ ଭାରତ, ଶତ ପ୍ରତିଶତ ମତଦାନ ସାବ୍ୟସ୍ତ କରିବା, ସଡ଼କ ସୁରକ୍ଷା, ରକ୍ତଦାନ ଓ ସ୍ବଚ୍ଛତା ସଚେତନତା ବାର୍ତ୍ତା ନେଇ ସାଇକେଲ ରେ ସାରା ଭାରତ ଭ୍ରମଣ କରି ଆଜି ସୋନପୁରରେ ପହଞ୍ଚିଲେ। ଅପ୍ରେଲ ୫ ତାରିଖରୁ ଦୀର୍ଘ ୪ ମାସ ସାଇକେଲ ରେ ଯାତ୍ରା ସାରି ଆଜି ଅପରାହ୍ନ ରେ ଶ୍ରୀ ବାଗ ସୋନପୁରରେ ପହଞ୍ଚିଲା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଫୁଲ ତୋଡା ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଦୁଃସାହାସିକ ସାଇକେଲ ଯାତ୍ରା ର ଅନୁଭୂତି ପଚାରି ବୁଝିଥିଲେ।

Omkar Vasthu
Omkar Vasthu

ଏନସିସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲାଙ୍କ ଦ୍ଵାରା ଆୟୋଜିତ ଓ ସ୍ୱଚ୍ଛ ଭାରତ ସଂଗଠନ ର ମିଳିତ ସହଯୋଗରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଜେନେରାଲ ଅଞ୍ଜଲିନା ପଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସୂଚନା ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଏନସିସି କ୍ୟାଡେଟ ଛାତ୍ରଛାତ୍ରୀ, ସ୍ବଚ୍ଛ ଭାରତ ସଙ୍ଗଠନ ଓ ଇନଫିନିଟି କ୍ଳବ୍ ର ସଦସ୍ୟ ଓ ସହରର ବିଭିନ୍ନ କ୍ରୀଡା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରୀମାନ ବାଗଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ୪ ମାସ ସାଇକେଲ ଯାତ୍ରା କରିଥିବା ଶ୍ରୀମାନ ବାଗ ବିଭିନ୍ନ ରାଜ୍ୟର କଳା ସଂସ୍କୃତି ସହ ଲୋକଙ୍କ ଚାଲିଚଲଣ ଉପରେ ନିଜର ଅନୁଭୂତି କୁ ପ୍ରକାଶ କରି ଆମ ଦେଶର ବିବିଧତାରେ ଏକତାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିବା ହେତୁ ଦେଶର ପ୍ରଶଂସା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.