ବଜରଙ୍ଗ ଦଳର ମହତ କାର୍ଯ୍ୟ; ସଇଁତଲାର ଗଳିକନ୍ଦିରେ ବିଞ୍ଛିଲେ ବ୍ଲିଚିଙ୍ଗ ପାଉଡର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ବର୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ସତର୍କତା ଅବଲମ୍ବନ କରି ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ କରି ବ୍ଲିଚିଙ୍ଗ ପାଉଡର ଯୋଗାଣ କରିବା ପରେ ସ୍ଥାନୀୟ ବଜରଙ୍ଗ ଦଳ ଶାଖା ତରଫରୁ ମାନବିକତା ଦେଖାଇ ସଇଁତଲା ସହରର ବିଭିନ୍ନ ପଡାର ଗଳିକନ୍ଦିଗୁଡିକରେ ବ୍ଲିଚିଙ୍ଗ ପାଉଡର ଝିଣ୍ଟିଥିବା ଦେଖିବାକୁ ମିଳିଛି l ପ୍ରକାଶ ଯେ, ଏହି ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ବେଳେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି l

ଏଥିରେ ସହରର ଆଲୋକ ଛକ, ଶଙ୍କର ଛକ, କଅସର ପଡା ଓ ରମେଶ ଛକର ବିଭିନ୍ନ ଗଳିକନ୍ଦିଗୁଡିକରେ କାଦୁଅରେ ପଚ ପଚ ହୋଇଥିବା ସାଙ୍ଗକୁ ଅଳିଆ ଆବର୍ଜନା ଅବସ୍ଥା ଶୋଚନୀୟ ହୋଇପଡିଛି l ଏହି ସମସ୍ୟା ନେଇ ସଇଁତଲା ବଜରଙ୍ଗ ଦଳ ତରଫରୁ ବ୍ଲିଚିଙ୍ଗ ପାଉଡର ଝିଣ୍ଟା ଯାଇଥିଲା l ଏଥିରେ ବଜରଙ୍ଗ ଦଳ ସଭାପତି ଯୁବରାଜ ନାଏକ, ଉପସଭାପତି ରାକେଶ ସାହୁ, ଅଜିତ୍ ପଟେଲ ରୋଶନ ସାହୁ, ସୁଶିଲ ରଣା ଅଭିଳାଷ ବୈଠାରୁ , ଦିବ୍ୟମ ମିଶ୍ର, ପରମା ସାହୁ, ଡୁଲେଶ୍ୱର୍ ସାହୁ,ପିଣ୍ଟୁ ସାହୁ,ଦେବେନ୍ଦ୍ର ରଣା ଙ୍କ ସମେତ ଦଳର ବହୁ ସଦସ୍ୟ ସାମିଲ ହୋଇଥିଲେ l ବଜରଙ୍ଗ ଦଳ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.