ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ସୋନପୁରରେ ଶୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗର ବରିଷ୍ଠ କର୍ମଚାରୀ, ଲାଲମନି କ୍ରିକେଟର ପ୍ରାକ୍ତନ ସଭାପତି ପଠାଣ କୁମାର ପଣ୍ଡାଙ୍କ ମାତା ତଥା ସର୍ଵ ପୁରାତନ ସୋନପୁର ମହାରାଜା ହାଇସ୍କୁଲର ଗଣିତ ଶିକ୍ଷକ ଗୀତା ଭାଷ୍ୟ ସଙ୍କଳନର ରଚୟିତା ପ୍ରସନ୍ନ କୁମାର ପଣ୍ଡାଙ୍କ ଧର୍ମପତ୍ନୀ ମହିୟସୀ ମହିଳା ସ୍ନେହ ମଞ୍ଜରୀ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ଘଟିଛି। ଏ ଖବରରେ ସୋନପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅପରାହ୍ନରେ ଗୋକନେଶ୍ୱର୍ ଶ୍ମଶାନ ଘାଟରେ ସ୍ୱର୍ଗୀୟା ପଣ୍ଡାଙ୍କ ଅନ୍ତିମ ସଂସ୍କାର କରଯାଇଥିଲା। ବଡ ପୁଅ ପଠାଣ କୁମାର ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ସନ୍ତୋଷ ପଣ୍ଡା ଜ୍ୱାଇଁ ଅଚ୍ୟୁତ ପଣ୍ଡା, ଝିଅ ରଞ୍ଜିତା ପଣ୍ଡା, ନାତି ସ୍ୱରୂପ , ସିଦ୍ଧାନ୍ତ, ପୁତୁରା ଅଟଳ ମିଶ୍ର ଓ ଦୁଇ ବୋହୂ କଲ୍ୟାଣୀ ଅଗସ୍ତି, ମାଧବୀ ଲତା ଦାଶ, ଉପସ୍ଥିତ ଥିଲେ।

ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରୀପାଠୀ, ମନୋଜ୍ ପଣ୍ଡା, ରାମ ଶଙ୍କର ସାହୁ, ଶୁଭ୍ରାଂଶୁ ମିଶ୍ର, କମଳା କାନ୍ତ ସାହୁ, ସାମ୍ୱାଦିକ ମହାଦେବ ମଲ୍ଲିକ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ରଞ୍ଜନ ବାରିକ, କୃଷି ବିଭାଗ କର୍ମଚାରୀ, ବରିଷ୍ଠ ନାଗରିକ ସଂଘ, ଲାଲମନି କ୍ରିକେଟ ଏସୋସିଏସନ୍, ସ୍ବଚ୍ଛ ଭାରତ, ବାପୁଜୀ କ୍ଲବ୍, ସାମ୍ୱାଦିକ ସଂଘ, ବିଭିନ୍ନ କ୍ରୀଡ଼ା ଓ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ଶବ ସଂସ୍କାର କାର୍ଯ୍ଯ ରେ ଯୋଗ ଦେଇ ସ୍ୱର୍ଗୀୟା ପଣ୍ଡାଙ୍କ ଅନ୍ତିମ ଦର୍ଶନ କରି ଆତ୍ମାର ଶାନ୍ତି ସଦଗତି କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.