ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଲଲୁ ପଡ଼ିଆ ଠାରେ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ପାଳିତ ହୋଇଯାଇଛି। ପ୍ରତି ଘରେ ଘରେ ଆୟୁର୍ବେଦ ଓ ପରିବେଶ ସୁରକ୍ଷାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଆଜି ପାତଞ୍ଜଲି ଯୋଗ ସମିତି ସୁବର୍ଣ୍ଣପୁର ଅନୁକୁଲ୍ୟ ରେ ସ୍ବଚ୍ଛ ଭାରତ ସଙ୍ଗଠନ, ପୌର ପରିଷଦ ଓ ବନ ବିଭାଗର ମିଳିତ ସହଯୋଗରେ ପାଳିତ ଏହି ଦିବସ ରେ ସାମୁହିକ ବୃକ୍ଷ ରୋପଣ କରାଯାଇଛି। ମୁଖ୍ୟ ଅତିଥି ଭାବରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ଯୋଗ ଦେଇ ଗ୍ଲୋବାଲ ୱାର୍ମିଂ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ଆମକୁ ଓ ପୃଥିବୀ ରକ୍ଷା କରିବାକୁ ହେଲେ କେବଳ ବୃକ୍ଷ ରୋପଣ ଓ ତାରି ଯତ୍ନ ହିଁ ଏକ ମାତ୍ର ମାଧ୍ୟମ ବୋଲି ମତ ଦେଇଥିଲେ।

Omkar Vasthu
Omkar Vasthu

ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ସୋନପୁର ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ପୌର ଅଧକ୍ଷ ପ୍ରକାଶ ସାହୁ, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ୍ ଅଲିମୂଲ ଇସଲାମ ଯୋଗ ଦେଇ ମା ପାଇଁ ଗଛ ଟିଏ କାର୍ଯ୍ଯ କ୍ରମ କୁ ପ୍ରଶଂସା କରି ସମସ୍ତ ପରିବେଶ ପ୍ରେମୀ ଙ୍କୁ ଉତ୍ସାହିତ କରିଥଲେ। ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀର ପ୍ରଶିକ୍ଷକ ମନୋଜ୍ ପଣ୍ଡା ସଭାକୁ ସଂଯୋଜନା କରିଥିବା ବେଳେ ଯୋଗ ସମିତି ସଭାପତି ଗୋପାଳ ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସ୍ବଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରୀପାଠୀ ଓ ଯୋଗ ସମିତିର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଇନ୍ଦୁମତି ପୁରୋହିତ, ସବିତା ପଟ୍ଟନାୟକ, ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ମଞ୍ଜୁ ଲତା ଗୌଡ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ। ଉଭୟ ସଙ୍ଗଠନର ୫୦ରୁ ଊର୍ଦ୍ଧ୍ବ ସଦସ୍ୟ ଏଥିରେ ଯୋଗ ଦେଇ ଏକ ପେଡ୍ ମା କି ନାମ ଏକ ପେଡ ଦେଶ କି ନାମ ସ୍ଲୋଗାନ ଦେଇ ବୃକ୍ଷ ସବୁର ଯତ୍ନ ପାଇଁ ସଂକଳ୍ପ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.