ଉତ୍କଳ ଆଲୁମିନାରେ ବାର୍ଷିକ ଔଦ୍ୟୋଗିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର: ଗୋଷ୍ଠୀଗୁଡିକୁ ସଶକ୍ତ କରିବା ଏବଂ ସମାବେଶୀ ଅଭିବୃଦ୍ଧିକୁ ଆଗେଇନେବା ଉପରେ ଦୃଷ୍ଟିନିବଦ୍ଧ କରି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡାର ଟିକିରିସ୍ଥିତ ନୂଆପଡା କ୍ଲବ୍ ହାଉସଠାରେ ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ଏକ ବାର୍ଷିକ ଔଦ୍ୟୋଗିକ ସମ୍ମିଳନୀ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ବେଶ୍ ପ୍ରଭାବୀ ହୋଇଥିଲା ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରୁ ୨୮୩ ଜଣ ଉଦ୍ୟୋଗୀ ଯୋଗଦେଇଥଇଲେ, ଯାହା ଏହି ଆଦିବାସୀ ଆଭ୍ୟନ୍ତରୀଣ ଅଞ୍ଚଳରେ ଔଦ୍ୟୋଗିକୀ ବିକାଶ ନିମନ୍ତେ ବର୍ଦ୍ଧିତ ଆଗ୍ରହ ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

Omkar Vasthu
Omkar Vasthu

୨୦୨୧ ଜୁନ୍ ୧୬ ତାରିଖରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଉଦ୍ୟମୀ ଉତ୍କଳ ଆଲୁମିନା ପକ୍ଷରୁ ଗ୍ରାମାଞ୍ଚଳ ଇନ୍‌କ୍ୟୁବେସନ ମଡେଲ ଜରିଆରେ ଇଡିଆଇଆଇ ସହଭାଗିତାରେ ଔଦ୍ୟୋଗିକୀ ପ୍ରୋତ୍ସାହନ ନିମନ୍ତେ ଏକ ପ୍ରୟାସ ହୋଇଛି ଏବଂ ଏହା ଧାର୍ଯ୍ୟ ୩ ବର୍ଷ ସମୟ ପୂର୍ବରୁ ୩୧୦ ଜଣ ଉଦ୍ୟୋଗୀ ସପଳତାର ସହିତ ସୃଷ୍ଟି କରିପାରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ଉତ୍କଳ ଆଲୁମିନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ଶ୍ରୀ ବିଜୟ କୁମାର ସାହୁ, ଜିଏମ୍ ଆରଆଇସି, ରାୟଗଡା, ଶ୍ରୀ କାହ୍ନୁ ଚରଣ ସାହୁ, ସିଏଫଏମ୍ଇ ଡିଆଇସି, ରାୟଗଡା, ଶ୍ରୀ ଶିବ ମହାପାତ୍ର, କ୍ଲଷ୍ଟର ସିଏସ୍‌ଆର ହେଡ୍, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଉତ୍କଳ ଆଲୁମିନା ସିଏସ୍‌ଆର ହେଡ୍‌, ଶ୍ରୀମତୀ ନିହାରିକା ସାହୁ, ମାଇନ୍ସ ସିଏସ୍‌ଆର ହେଡ ଏବଂ ଇଡିଆଇଆଇ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଚିନ୍ତାଧାରା ଉପସୁପନ କରିବା ଏବଂ ଏକ ଗଠନମୂଳକ ପ୍ରସ୍ତାବ ଗ୍ରହଣ ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା। ଏଥିସହିତ ଅଗଣିତ ସୁଯୋଗ ଏହାର ଅଂଶଗ୍ରହଣକାରୀଙ୍କୁ ଉତ୍କଳ ଆଲୁମିନା ଟିମ୍ ଏବଂ ଇଡିଆଇଆଇ ସହିତ ସଂଯୁକ୍ତ ହେବାକୁ ସୁଯୋଗ ପ୍ରଦାନ କରିଥିଲା ଯାହା ଭବିଷ୍ୟତ ଅଭିବୃଦ୍ଧି ନିମନ୍ତେ ସମ୍ଭାବନାପୂର୍ଣ୍ଣ ସହଯୋଗିତା ଏବଂ ଅଂଶୀଦାର ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଥିଲା।

ଗୋଷ୍ଠୀ ବିକାଶ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ରବି ମିଶ୍ର କହିଥିଲେ, “ଉତ୍କଳ ଆଲୁମିନାରେ ଆମେ ଔଦ୍ୟୋଗିକତା ଆଗ୍ରହକୁ ଦୀର୍ଘସ୍ଥାୟୀ ବିକାଶର ଏକ ମୂଳଦୁଆ ଭାବରେ ସଶକ୍ତ କରିବା ନିମନ୍ତେ ଗଭୀର ଭାବରେ ପ୍ରତିବଦ୍ଧ ରହିଛୁ। ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ଏହି ବାର୍ଷିକ ଔଦ୍ୟୋଗିକୀ ସମ୍ମିଳନୀ ନବସୃଜନକୁ ପ୍ରୋତ୍ସାହିତ କରିବା, ସହଯୋଗିତାକୁ ଆଗେଇନେବା ଏବଂ ଅଭିବୃଦ୍ଧି ନିମନ୍ତେ ବହୁମୂଲ୍ୟ ସୁଯୋଗ ସୃଷ୍ଟି ନିମନ୍ତେ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି। ପରବର୍ତୀ ପିଢିର ଉଦ୍ୟୋଗୀମାନଙ୍କ ନିମନ୍ତେ ନିବେଶ କରି ଆମେ କେବଳ ସଫଳ ଉଦ୍ୟୋଗର ରୂପରେଖ ପ୍ରସ୍ତୁତ କରୁନାହୁଁ ତାହାସହିତ ଭବିଷ୍ୟତ ପାଇଁ ଏକ ମଜଭୁତ ଏବଂ ଗତିଶୀଳ ଗୋଷ୍ଠୀର ପରିପୋଷଣ କରୁଛୁ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.