ସଇଁତଲା ଡାକ୍ତରଖାନାରେ ରୋଗୀଙ୍କୁ ନିରାମୟ ଔଷଧ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ, ୨୪ ଘଣ୍ଟା ଖୋଲିବା ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଵା ସହ ମାଗଣାରେ ନିରାମୟ ଔଷଧ ପ୍ରଦାନ ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଛନ୍ତି। କିନ୍ତୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ନିରାମୟ ଔଷଧ ପ୍ରଦାନରେ ବିଳମ୍ବ ହେଉଥିବା ଯୋଗୁଁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ରୋଗୀମାନେ ଔଷଧ ପ୍ରଦାନରେ ବିଳମ୍ବ ନେଇ ଡାକ୍ତରଙ୍କୁ ଅଭିଯୋଗ କଲେ ମଧ୍ୟ କୋଣସି ସଫଳ ମିଳୁନାହିଁ। ଯାହା ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Omkar Vasthu
Omkar Vasthu

ପ୍ରକାଶ ଯେ, ଏହି ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟରେ ବ୍ଲକର ୨୨ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଅଞ୍ଚଳର ଜନସାଧାରଣ ବଲାଙ୍ଗୀର, ବୁର୍ଲା ବଡ଼ ମେଡିକାଲ ସହ ଘରୋଇ ବରଗଡ ମେଡିକାଲ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛି। ମୁଖ୍ୟତଃ ମେଡିକାଲ ଇନଚାର୍ଜ ଖାଲିଥିବା ସହିତ ଶିଶୁ ବିଶେଷଜ୍ଞ, ମେଡ଼ିସିନ ବିଶେଷଜ୍ଞ ଓ ଅନ୍ୟ ପଦବୀଗୁଡିକ ଖାଲି ପଡିଛି। ଏହି ଡାକ୍ତରଖାନାକୁ ରୋଗୀମାନେ ସକାଳୁ ଆସି ଶହ ଶହ ରୋଗୀ ଲମ୍ବା ଲାଇନରେ ଠିଆ ହୋଇ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି। କିନ୍ତୁ ନିରାମୟ ଔଷଧ କେନ୍ଦ୍ର ଦିବା ୧୨ ଘଣ୍ଟା ସମୟ ପରେ ବନ୍ଦ କରି ଅପରାହ୍ନ ୪ଟାରେ ଖୋଲିଥାଏ। ଯାହା ଫଳରେ ରୋଗୀମାନେ ନିରାମୟ ଔଷଧ ନେବା ପାଇଁ ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଛନ୍ତି। ରୋଗୀ ଡାକ୍ତର ପରାମର୍ଶ ନେବା ପରେ ଘଣ୍ଟା ଘଣ୍ଟା ଔଷଧ ପାଇଁ ଅପେକ୍ଷା କରୁଥିବା ରୋଗୀ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ବର୍ତମାନ ଲୋକେ ଝାଡାବାନ୍ତି, ଜ୍ଜର, ମେଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗୀରେ ପୀଡିତ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିରାୟମ ଔଷଧ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲାଯାଉ ବୋଲି ଦିଲୀପ ବକୁଳ, ଲାଲବିହାରୀ ବଗର୍ତି, ଦିନେଶ ବଗର୍ତି, ଗିରିଧାରୀ ମାଝୀ, କୁମଦିନୀ ସାହୁ, ସୁଶିଳା ବଗର୍ତି, ମମତା ବଗର୍ତି, ଟେଭା କୁମ୍ଭାର, ଗଣେଶ ସାହୁ, ପୁନମ କୁମ୍ଭାର, ବିଭୀଷଣ ମଲ୍ଲିକ, ଧର୍ମରାଜ ସାହୁ, ପୁଷ୍ପା ବେହେରା ପ୍ରମୁଖ ଦାବୀ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.