ନର୍ଲାରୋଡର ଜୟ ଲକ୍ଷ୍ମୀ ଷ୍ଟୋର ଉପରେ ଜିଏସଟି ଏନଫୋର୍ସମେଣ୍ଟ ବିଭାଗର ଚଢ଼ାଉ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବ୍ୟବସାୟୀ ମୁକେଶ ଅଗ୍ରୱାଲାଙ୍କ ଜୟ ଲକ୍ଷ୍ମୀ ଷ୍ଟୋର ଉପରେ ମଙ୍ଗଳବାର ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଜିଏସଟି ଏନଫୋର୍ସମେଣ୍ଟ ଭବାନୀପାଟଣା ୟୁନିଟ ଓ ବଲାଙ୍ଗୀର ୟୁନିଟ ଏଥିରେ ସାମିଲ ହୋଇଛନ୍ତି। ଡେପୁଟି କମିଶନର ସମିର କୁମାର ମାଝୀଙ୍କ ନେତୃତ୍ୱରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ନିକଟ ବ୍ୟବସାୟୀ ମୁକେଶ ଅଗ୍ରୱାଲାଙ୍କ ‘ଜୟ ଲକ୍ଷ୍ମୀ ଷ୍ଟୋର’ ସମେତ ତାଙ୍କର ସର୍ଗିଗୁଡା ଷ୍ଟୋର, ନର୍ଲାରୋଡ ଦୋକାନ ଓ ବାସଭବନ ଏପରି ୪ଟି ସ୍ଥାନ ଉପରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏହି ବ୍ୟବସାୟୀ ଜଣକ ହାର୍ଡୱେର, ସିମିଣ୍ଟ ଆଦି ବ୍ୟବସାୟ କରିଥାନ୍ତି। ସେ ଅନେକ ସମୟରେ ଜିଏସଟି ବିଲ୍ ନଦେଇ ସାମଗ୍ରୀ ବିକ୍ରୟ କରିବା, ଟିକସ ଫାଙ୍କି କରିବା ଆଦି ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଭିତ୍ତିକରି ଚଢ଼ାଉ ହୋଇଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

ମଙ୍ଗଳବାର ପୂର୍ବାହ୍ନ ୧୧ରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଚଢ଼ାଉ କରୁଥିବା ଅଧିକାରୀମାନେ ଶ୍ରୀ ଅଗ୍ରୱାଲାଙ୍କ ଗୋଦାମ, ଦୋକାନ ଆଦିର ଯାଞ୍ଚ କରି ଷ୍ଟକ ପୋଜିସନ ଲିପିବଦ୍ଧ କରୁଛନ୍ତି ଏହାସହ ବ୍ୟବସାୟ ସମ୍ବନ୍ଧିତ କିଛି ଡକ୍ୟୁମେଣ୍ଟ ସିଜ୍ ମଧ୍ୟ କରିଥିବା ଟିମ୍ ହେଡ୍ ଟେପୁଟି କମିଶନର ସମିର କୁମାର ମାଝୀ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ସମୟରେ ଡେପୁଟି କମିଶନର ଶ୍ରୀ ମାଝୀଙ୍କ ସମେତ ଆସିଷ୍ଟାଣ୍ଟ କମିଶନର ପରେଶ୍ବର ସାହୁ, ତନ୍ମୟ ନାୟକ ଓ ରାଜେନ୍ଦ୍ର ନାୟକ, ସିଟିଓ ହରେକୃଷ୍ଣ ସାହୁ, ଜିତେନ୍ଦ୍ରିୟ ବାଗ ଓ ପରମାନନ୍ଦ ନନ୍ଦ, ଏସିଟିଓ ମମିତା ପୁଝାରୀ, ସୁଧାଂଶୁ ବେହେରା, ନମିଶ ସାହୁ ଏବଂ ଅଶ୍ବିନୀ ପାଢି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ। ଚଢ଼ାଉ ସଂପୂର୍ଣ୍ଣ ହେବାପରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ  ବୋଲି ଡେପୁଟି କମିଶନର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.