ତାରା ତାରିଣୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କୋଇଲା ଖଣି ଓ ଇସ୍ପାତ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିବାବେଳେ  ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଏବଂ ତାରାତାରିଣୀ ମହାବିଦ୍ୟାଳୟର ପ୍ରଥମ ପରିଚାଳନା କମିଟିର ସମ୍ପାଦକ ସୂର୍ଯ୍ୟ ନାରାୟଣ ସାମନ୍ତରାୟ ମଞ୍ଚାସିନ ଥିଲେ । ତାରାତାରିଣୀ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ସମ୍ପାଦକ ବିବରଣୀ ପଠନକରିଥିବାବେଳେ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାସୁଦେବ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ରମେଶ ଚନ୍ଦ୍ର ସେନାପତି ଅତିଥି ମାନଙ୍କୁ ମଞ୍ଚାସିନ ପାଇଁ ଆମନ୍ତ୍ରଣ କରିଥିଲେ । ଅଧ୍ୟାପିକା ସନ୍ଧ୍ୟା ରାଣୀ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୋହନ ନାଇଡୁ ଛାତ୍ରଛାତ୍ରୀଙ୍କ ମାଧ୍ୟ୍ୟମରେ ଲୋକ ନୃତ୍ୟ ଜରିଆରେ ଅତିଥି ମାନଙ୍କୁ ଆକୃଷ୍ଟ କରିଥିଲେ ।

Omkar Vasthu
Omkar Vasthu

ଡ଼ଃ ପ୍ରବୀର କେଦାରୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅଧ୍ୟାପକ ଡ଼କ୍ଟର ପ୍ରଦୀପ ସାହୁ, ଡ଼କ୍ଟର ଅଜିତ ମିଶ୍ର, ଅଧ୍ୟାପିକା ଶ୍ରାବଣୀ ଖଟେଇ ପ୍ରମୁଖ ମଞ୍ଚରେ ସଂଯୋଜନା କରିଥିଲେ । ୨ ବିଧାୟକ ମହାବିଦ୍ୟାଳୟର ବହୁବିଧ ଅସୁବିଧାକୁ ଆକ୍ଷି ଆଗରେ ରଖି ଏହାର ଉର୍ନ୍ନତି ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ ।  ମନ୍ତ୍ରୀ ଛାତ୍ର, ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ପିତା, ମାତା ଓ ମହା ବିଦ୍ୟାଳୟ ସହ ଦେଶ ମାତୃକାର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ଏବଂ ମହାବିଦ୍ୟାଳୟ ର ଉର୍ନ୍ନତି ପାଇଁ ମଧ୍ୟ ଧାନ ଦେବେ ବୋଲି କହିଥିଲେ । ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସହ ପୁରୁଷୋତ୍ତମପୁର ଅଞ୍ଚଳର ବହୁ ପୁରାତନ ଛାତ୍ର ନେତା, ଏବଂ ଫାଉଣ୍ଡର ସଦସ୍ୟ ବୃନ୍ଦ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.