ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଳା ଥାନା ଅଧୀନସ୍ଥ ଭଦ୍ରା ପଞ୍ଚାୟତ ମହଗାଁ ପୋଖରୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ ଥାନା କେସ ନଂ ୦୯ /୨୪ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ବଡ଼ ମେଡିକାଲକୁ ପଠାଯାଇଛି । ବର୍ତମାନ ଶବ ଚିହ୍ନଟ ହୋଇ ନ ଥିବାରୁ ଫ୍ରିଜର ରେ ରଖାଯାଇଥିବା ପୋଲିସ ପ୍ରକାଶ କରିଛି । ପ୍ରକାଶ ଯେ, ସୋମବାର ସ୍ଥାନୀୟ ଲୋକେ ଲାନ୍ଥନଦୀ କୂଳକୁ ଗାଈ ଚରାଇବା ପାଇଁ ଯାଇଥିଲେ ହେଲେ ନଦୀ ପାଖରେ ଥିବା ମହଗାଁରେ ନୂତନ ଭାବେ ନିର୍ମାଣ ହୋଇଥିବା ପୋଖରୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ସଇଁତଳା ପୁଲିସକୁ ଖବର ସୂଚନା ଦେଲା ପରେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱବଧାନରେ ଏସଆଇ ଆଲୋକ ପ୍ରସାଦ ଭୋଇ, ପିଏସଆଇ ରାଜେଶ ବେହେରା, ଏଏସଆଇ ଥବିର ମହାରଣା ପ୍ରମୁଖ ସଦବଦଳେ ଘଟଣାସ୍ଥଳକୁ ପହଂଚିଥିଲେ । ପରେ ସଇଁତଳା ଅଗ୍ନିଶମ ବିଭାଗର ଅମର ସିଂ ଭୋଇ, ସଦାଶିବ ଭୁଏ, ବୁଧଦେବ ପ୍ରଧାନ, ସଚିନ ପଟେଲ, ସହଦେଵ ଧରୁଆ ଓ ରାଧେଶ୍ୟାମ ସାହୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ଭାସୁଥିବା ପାଖରୁ ଏକ ନାଲି ରଙ୍ଗର ଗାମୁଛା ପୋଲିସ ଜବତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
ବର୍ତମାନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିନାହିଁ । ଅନ୍ୟପଟେ ସଂପୃକ୍ତ ମୃତ ବ୍ୟକ୍ତି ଜଣକ କିଛି ଦିନ ତଳେ ବରଗାଁ ଓ ମହଗାଁ ଅଞ୍ଚଳରେ ବୁଲୁଥିବାର ଲୋକେ ଦେଖିବାକୁ ପାଇଛନ୍ତି । ଏପରିକି ଭିକ୍ଷା ବୃତ୍ତି କରି ଗାଁ ଗାଁ ବୁଲୁଥିବା ସ୍ଥାନୀୟ ଲୋକେ ପୁଲିସ ଏ ସଂପର୍କରେ ଜଣାଇଛନ୍ତି । ଅଜଣା ବ୍ୟକ୍ତି ଜଣକ ପୋଖରୀକୁ ଶୌଚ ଯାଇଥିବା ସମୟରେ ଗଭୀର ଗାତରେ ପଡି ମୃତ୍ୟୁ ଘଟିଥାଏ ବୋଲି ପୋଲିସ ଅନୁମାନ କରୁଛି । ହେଲେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟସତ୍ୟା ଜଣାପଡିବ ବୋଲି ବୋଲି ତଦନ୍ତ କରି ଅଧିକାରୀ ଶ୍ରୀ ମହାରଣା ପ୍ରକାଶ କରିଛନ୍ତି ।