ବନ୍ୟଜନ୍ତୁ ଶୀକାର ପ୍ରସଙ୍ଗ; ଜଣେ ଅଭିଯୁକ୍ତ ଶିକାରୀ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନ୍ୟଜନ୍ତୁ ଶିକାର ଘଟଣାରେ ବନ ବିଭାଗ ଚଢ଼ାଉ କରି ଜଣେ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ନାମ ସୁଶୀଲ ପାତ୍ର (୪୯) ଓ ସେ କରମତଲା ପଞ୍ଚାୟତ ଭଣ୍ଡ୍ରାରବାଞ୍ଜି ଗାଁର ବୋଲି ଜଣାପଡିଛି। ପ୍ରକାଶ ଯେ, କନ୍ଦକେଲଗାଁ ସେକ୍ସନ ଏରିଆରେ ଥିବା ଜଙ୍ଗଲକୁ ପଶି ବେଆଇନ ଭାବରେ ବନ୍ୟଜନ୍ତୁ ଶିକାରୀ କରିଥିବା ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିଲା। ହେଲେ ଅଭିଯୁକ୍ତମାନେ ଫେରାର ମାରିଥିବା ବେଳେ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବନ ବିଭାଗ ଭଣ୍ଡ୍ରାରବାଞ୍ଜି ଗାଁରେ ଥିବା ସୁଶୀଲ ପାତ୍ରଙ୍କ ଘରକୁ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଥିଲା। ଏହି ଚଢ଼ାଉ ସମୟରେ ସଇଁତଲା ରେଞ୍ଜର ସାଗର ରାଜ ନାୟକଙ୍କ ତତ୍ତ୍ୱବଧାନରେ ବନପାଳ ସୁଶୀଲ ପୁଟା, ବନରକ୍ଷୀ ଛନ୍ଦାଚରଣ ଯାନୀ, ରମେଶ ଧରୁଆ, ପାରା ଫରେଷ୍ଟ ବାବୁଲା ବାଗ, ପିଣ୍ଟୁ କ୍ଷେତି, ବେଣୁଧର ପ୍ରଧାନ ଲମ୍ବୋଦର ବଗର୍ତି ସହ ବନ ବିଭାଗ ଟିମ ସାମିଲ ହୋଇଥିଲା। ଏ ନେଇ ରେଞ୍ଜର ଶ୍ରୀ ନାୟକଙ୍କୁ ପଚାରିବାରୁ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ମାମଲାରେ ବନ ବିଭାଗ ପୂର୍ବରୁ ମୃତ ବରାହ, ଗୋଧି (ଗୁଏ), ଗୁଞ୍ଛାମୂଷା ୨ ଗୋଟି, ୧୧ ଗୋଟି ମଟର ସାଇକେଲ, ୨ ଟି ସାଇକେଲକୁ ଜବତ କରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.