ଭବାନୀପାଟଣାଠାରେ ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକର ସମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ “ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା କେଶରୀ ଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପରିଚାଳକ ଓଡିଶା ଜୀବିକା ମିଶନ ଚନ୍ଦନ କୁମାର ବେହେରାଙ୍କ ସମେତ ଭବାନୀପାଟଣା ବ୍ଲକ ଅଧକ୍ଷ, ବ୍ଳକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ପଙ୍କଜିନୀ ତାରାସିଆ, ବ୍ଲକ ପ୍ରକଳ୍ପ ପରିଚାଳିକା, ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୋନାଲିଶା ମୁଣ୍ଡ, ବି.ଏଲ.ସି ତାଙ୍କୁ ସହଯୋଗ କରିଥିଲେ। ଜାଲେଗାଁ ଠାରୁ  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ସମସ୍ତେ ଦେଖିଥିଲେ। ପରିଶେଷରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ୬୦୯ ଲକ୍ଷପତି ଦିଦି ଏବଂ ୧୦୪ ସି.ଆର.ପି.-ସି.ଏମ. ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଭବାନୀପାଟଣା ଅନ୍ତର୍ଗତ ସମସ୍ତ ଜି.ପି.ଏଲ୍.ଏଫ୍.ର ସଭାନେତ୍ରୀ, ଏମ.ବି.କେ. ସଭାରେ ଉପସ୍ଥିତ ରହି ଲକ୍ଷପତି ଦିଦି ମାନଙ୍କୁ ଉତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.