ଜୁନାଗଡ଼ ବଡ଼ ପଡ଼ାଠାରେ ଡ. ବି.ଆର. ଆମ୍ବେଦକର କ୍ଲବ ପକ୍ଷରୁ ଗଣେଶ ପୂଜା 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ.ଏ.ସି ଅନ୍ତର୍ଗତ ବଡ଼ପଡ଼ା ଠାରେ ଡ. ବି.ଆର ଆମ୍ବେଦକର କ୍ଲବ ଦ୍ଵାରା ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥର ପୂଜାର ବିଶେଷ ଆକର୍ଷଣୀୟ ଦର୍ଶନ ହେଉଛି ଶ୍ରୀ ଗଣେଶଙ୍କ ବାଲ୍ଯ ପ୍ରତିମୂର୍ତ୍ତି ।

Omkar Vasthu
Omkar Vasthu

ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଡ. ବି.ଆର ଆମ୍ବେଦକର କ୍ଲବ ଏବଂ ସ୍ଥାନୀୟ ବାସିନ୍ଦାମାନେ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୂଜନୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି । ଏହି ପୂଜାରେ ସ୍ଥାନୀୟ ପୂଜକ ହେମନ୍ତ ଶତପଥୀ ନିଜର ଧାର୍ମିକ ଜ୍ଞାନ ଓ ପାରମ୍ପରିକ ରୀତିରୁ ପୂଜା କରାଇଥିଲେ ଏବଂ ଠାକୁରଙ୍କ ପୂଜାର କର୍ତା ଭାବେ ଧର୍ମେନ୍ଦ୍ର ନାଏକ ଆଉ ତାଙ୍କ ପତ୍ନୀ ନମିତା ନାଏକ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପୂଜା ପାଳନ ସମୟରେ କ୍ଲବର ସମସ୍ତ ସଭ୍ୟମାନେ ପାରମ୍ପରିକ ରୀତି-ନୀତି ଅନୁସାରେ ପୂଜାର୍ଚ୍ଚନା କରି, ଶ୍ରୀଗଣେଶଙ୍କ ଆଶୀର୍ବାଦ ନେଇ ନିଜ ଓ ସମାଜର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ପୂଜା ପରିଚାଳନାରେ ରାଜନ, କାହୁଁ, ବିକ୍ରମ, କୁଞ୍ଜ, ରାହୁଲ, ଅଜିତ, ସମୀର, ରାଜୁ, ଓମ୍, ଆସୁ, ସାହିଦ, କାହୁଁ କୁମାର, ରିତିକ, ଖଗେଶ୍ବର, ଅରବିନ୍ଦ, ରାଜା, ଭୋଲା, ସଞ୍ଜୀବ, ଚକୋଲେଟ୍, ପୁରୋଷୋତ୍ତମ୍, ବିନୋଦ, ମାନବ, ଉପସ୍ଥିତ ରହି ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.