ପୂର୍ବଖଣ୍ଡ ତାଲୁକା ବିଶ୍ବକର୍ମା ସମାଜ ପକ୍ଷରୁ ଦେବଶିଳ୍ପୀଙ୍କ ମୂର୍ତ୍ତି ବିସର୍ଜନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ସମାଜ ତରଫରୁ ଦୀର୍ଘ ୫ ଦିନ ଧରି ଚାଲିଥିଲା ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା। ଆଜି ବହୁ ଆଡମ୍ବର ସହ ବାଜା, ପାଟୁଆରରେ ସହର ପରିଭ୍ରମଣ କରି ଋଷିକୁଲ୍ୟା ନଦୀରେ ବିଶ୍ଵକର୍ମାଙ୍କ ମୃଣିୟ ମୂର୍ତ୍ତିକୁ ବିସର୍ଜନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜର ସଭାପତି ଅଜୟ କୁମାର ମହାରଣା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜଶ୍ରୀ କୃଷ୍ଣ ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣା, ରାଜଶ୍ରୀ (୨ୟ )କୃଷ୍ଣ ମହାରଣା, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ମହାରଣା, କୃଷ୍ଣ ମହାରଣା, ଭାସ୍କର ମହାରଣା, ଶ୍ରଦ୍ଧା ମହାରଣା, ଗୁନା ମହାରଣା, ବାବୁ ମହାରଣା, ଅନିଲ ମହାରଣା, ଗଗନ ମହାରଣା, ୨ନଂ କାଉନସିଲର ଭାସ୍କର ବେହେରା, ହିନ୍ଦୀ ପ୍ରଚାର ସଭାର ଅଧକ୍ଷ ପ୍ରଫୁଲ କୁମାର ରଥ ପ୍ରମୁଖ ବ୍ୟକ୍ତିମାନେ ଏହି ବିସର୍ଜନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.