ବଲାଙ୍ଗିର ସାଂସଦଙ୍କ ଦୋମୁହାଁ ନିତି ! ସଂଗୀତାଙ୍କ କୁଶପୁତ୍ତଳିକା ଦାହ କଲା ଗରିବ ସେନା 

ଟିଟିଲାଗଡ,୧୨/୭ : ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇ ଆସୁଥିବା ବେଳେ ଗତ ଜୁଲାଇ୭ ତାରିଖ ଦିନ ବିଜେପିର ସଦସ୍ୟତା ଅଭିଯାନ ପାଇଁ ଟିଟିଲାଗଡ ଆସିଥିବା ସାଂସଦ ସଂଗୀତା କୁମାରୀ ସିଂ ଦେଓଙ୍କୁ ଟିଟିଲାଗଡ ଛାତ୍ର କ୍ରିୟାନୁଷ୍ଠନ କମିଟି ର ସଭାପତି  ଟିଟିଲାଗଡରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । କିନ୍ତୁ ସାଂସଦ ଶ୍ରୀମତୀ ସିଂଦେଓ ତା ଦୁଇ ଦିନ ପରେ ହିଁ ସଂସଦ ର ଲୋକସଭା ଗୃହରେ ପ୍ରଶ୍ନକାଳ ଚାଲିଥିବା ସମୟରେ ପାଟଣାଗଡ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଲୋକସଭା ରେ ବାଚସ୍ପତିଙ୍କ ଜରିଆରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଙ୍କୁ ଅନୁରୋଧ କରିବା ସହିତ ଦାବି ଉପସ୍ଥାପନା କରିଥିଲେ ।

ସଂସଦରେ କ’ଣ କହିଥିଲେ ବଲାଂଗିର ସାଂସଦ, ଦେଖନ୍ତୁ ଭିଡିଓ

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 👆)

ଏହି ପରିପ୍ରେକ୍ଷୀରେ ଶ୍ରୀ ଷଡଙ୍ଗୀ ଙ୍କ ନେତୃତ୍ଵରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କରିଥିବା ଦାବିକୁ ସମର୍ଥନ ଜଣାଇବା ସହିତ ଟିଟିଲାଗଡରୁ ଦାବି ପତ୍ର ନେଇ ପାଟଣାଗଡ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଲୋକସଭା ଗୃହରେ ମାନ୍ୟବର ସାଂସଦ ଶ୍ରୀମତୀ ସିଂଦେଓଙ୍କ ଏହି ଦାବିକୁ ତିବ୍ର ନିନ୍ଦା କରିଛନ୍ତି ବଲାଙ୍ଗିର ଜିଲ୍ଲା ର ଯୁବ ବିଜେଡି ସାଧାରଣ ସମ୍ପାଦକ ସୁମନ୍ତ ସାହୁ ।

 

ଅନ୍ୟପଟେ ଟିଟିଲାଗଡ ଗରିବ ସେନା ପକ୍ଷରୁ ମଧ୍ୟ ସାଂସଦଙ୍କ ଏହିପରି କାର୍ଯ୍ୟ କୁ ତିବ୍ର ନିନ୍ଦା କରିବା ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମତୀ ସିଂଦେଓଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । “ଟିଟିଲାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବି ଆଗାମୀ ଦିନରେ ତିବ୍ର ହେବ ଓ ସାଂସଦ ଙ୍କ ଦୋମୁହାଁ ନିତି ଚଳିବ ନାହିଁ ।ସେ ପାଟଣାଗଡ ର ଖାଲି ସାଂସଦ ନୁହନ୍ତି,ସେ ଟିଟିଲାଗଡ ମଧ୍ୟ ସାଂସଦ ତେଣୁ ଟିଟିଲାଗଡ ସହିତ ଏପରି କରିବାର ତାଙ୍କର କୌଣସି ଅଧିକାର ନାହିଁ ଏବଂ ସାଂସଦଙ୍କ ଏପରି ମନୋବୃତ୍ତି କୁ ଆମେ ତିବ୍ର ନିନ୍ଦା କରୁଛୁ ବୋଲି କୁଶପୁତ୍ତଳିକା ଦାହ ର ଆବାହକ ବିରେନ୍ଦ୍ର ବାଗ ମତ ପ୍ରକାଶ କରିଛନ୍ତି ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta. in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.