ଜନ୍ମବେଦୀରୁ ଶ୍ରୀମନ୍ଦିର ବାହୁଡିଲେ ଚତୁର୍ଦ୍ଧା ମୂରତି : ବଡ ଦାଣ୍ଡରେ ଲାଗିଲା ତିନି ରଥ

ପୁରୀ,୧୨/୭ : ନବଦିନାତ୍ମକ ଯାତ୍ରା ସାରି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ସମ୍ମୁଖକୁ ପହଞ୍ଚିଛନ୍ତି । ବଡ଼ଦାଣ୍ଡକୁ ଫେରିଛନ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥ ଉପରେ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ । ଶ୍ରୀଜିଉ ମାନଙ୍କ ବାହୁଡ଼ା ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ରୁଣ୍ଡ  ହୋଇଛନ୍ତି । ଘଣ୍ଟ, ଖୋଳ, ଭେରୀ,ତୁରୀ, ହରିବୋଲ ଓ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳା ୯ଟା ପରେ ପାରଂପାରିକ ରିତିନିତି ଅନୁସାରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ହୋଇଥିଲା । ଜଣକ ପରେ ଜଣ ଜନ୍ମବେଦୀରୁ ବାହାରି ନିଜ ନିଜ ରଥ ଉପରେ ବିଜେ କରିଥିଲେ । ମଧ୍ୟାହ୍ନ ୧୨ଟା ବେଳକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ଛେରା ପହଁରା ନୀତି ସଂପର୍ଣ୍ଣ ହୋଇଥିଲା ।

Udyog Nursery
Udyogi Nursery

ଗଜପତି ମହାରାଜ ସୁବାଷିତ ଚନ୍ଦନ ଜଳରେ ରଥକୁ ମାର୍ଜଣା କରି ସୁବର୍ଣ୍ଣ ଖଡ଼ିକାରେ ତିନି ରଥରେ ଝାଡ଼ୁ ଦେଇଥିଲେ । ଏହା ପରେ ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ଦିବା ପ୍ରାୟ ୧ଟା ୨୦ମିନିଟ୍‌ରେ ପ୍ରଥମେ ତାଳଧ୍ୱଜ ରଥ ଟଣା ଯାଇଥିଲା । ପରେ ଦେବଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଟଣାଯାଇଥିଲା । ସାଢ଼େ ଦୁଇଟା ବେଳକୁ ତିନି ରଥ ଶରଧାବାଲିରେ ଗଡ଼ିଥିଲା । 

ଶ୍ରୀନଅର ସନ୍ନିକଟ ମରିଚକୋଟ ନିକଟରେ ଲକ୍ଷ୍ମୀ ନାରାୟଣ କଳି ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଏଥିରେ ମଧ୍ୟସ୍ଥତା କରି ଲକ୍ଷ୍ମୀ ନାରାୟଣଙ୍କ କଳିର ସମାଧାନ କରିଥିଲେ । ଏହାପରେ ସନ୍ଧ୍ୟା ସାଢେ ୫ଟା ବେଳକୁ ବଡ଼ ଦାଣ୍ଡରେ ତିନି ରଥ ପହଁଚିଥିଲା ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.