ପୋଲିସ ଭ୍ଯାନ୍-ବୋଲେରୋ ମୁହାଁମୁହିଁ ଧକ୍କା : ୭ ଆହତ

 

ଖଇରା,୧୨/୭- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗଣ୍ଡିବେଡ ଦାନନ୍ତିଆ ଛକଠାରେ ପୋଲିସ ଭ୍ୟାନ ସହ ବୋଲେରୋ ମୁଁହାମୁହିଁ ଧକ୍କାରେ ୫ ଜଣ ପୋଲିସ ସହିତ ୨ ସାଇକେଲ ଆରୋହୀ ଗୁରୁତର ଅବସ୍ଥାରେ ଖଇରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବରରୁ ଜଣାଯାଇଛି ଆଜି ଖଇରା ପୋଲିସ ଗଣ୍ଡିବେଡ ଠାରେ ଥିବା ଜଗନ୍ନାଥ ମନ୍ଦିରର ବାହୁଡା ଯାତ୍ରା ଡିଉଟି ସାରି ଫେରିବା ବେଳେ ଦାନ୍ତୀଆ ଛକଠାରେ ବିପରୀତ ଦିଗରୁ ବାହାଘର ଭୋଜି ଖାଇ ଆସୁଥିବା ଏକ ବୋଲେରୋ ସହ ପୋଲିସ ଭ୍ୟାନର ମୁଁହାମୁହିଁ ଧକ୍କା ହୋଇଥିଲା।

ଯାହା ଫଳରେ ପୋଲିସ ଭ୍ୟାନରେ ଥିବା କାର୍ଯ୍ୟରତ ଏଏସଆଇ ଶ୍ୟାମସୁନ୍ଦର ବିନ୍ଧାଣିଙ୍କ ସମେତ ଅନ୍ୟ ଷ୍ଟାଫ ଆହତ ହୋଇଥିବା ବେଳେ ବୋଲେରୋରେ ଥିବା ସମସ୍ଥଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଖଇରା ଏଏସଆଇ ଶ୍ୟାମସୁନ୍ଦର ବିନ୍ଧାଣି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

୨୪x୭ ଖବର ଓ ବିଚାର ଏଲର୍ଟ ପାଆନ୍ତୁ ହ୍ଵାଟ୍ସଆପରେ, ଏଠି କ୍ଲିକ୍ କରି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.