ବଲାଙ୍ଗିର : ୧୮୯ ବାଟାଳିୟନ ସିଆରପିଏଫ ତରଫରୁ ବାହୁଡାଯାତ୍ରା

ବଲାଙ୍ଗୀର,୧୩/୭ : ସାରା ବିଶ୍ୱରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ “ଘୋଷ ଯାତ୍ରା” ପାଳିତ ହେଉଥିବାବେଳେ ବଲାଙ୍ଗିର ସହରରେ ୧୮୯ ବେଟାଳିଆନ ସିଆରପିଏଫ ତରଫରୁ ଘୋଷ ଯାତ୍ରା ପାଳିତ ହୋଇଛି। ଏହି ବାହୁଡା ଯାତ୍ରା ପାଇଁ ଶୁକ୍ରବାର ସକାଳୁ ରୀତିନୀତି ଅନୁସାରେ ଦିଅଙ୍କ ପୂଜାର୍ଚ୍ଚନା ପରେ ଘଣ୍ଟ ବାଦ୍ୟ ସହ ମହାପ୍ରଭୁ ଜଗନ୍ନାଥ , ମାଁ ସୁଭଦ୍ରା, ଓ ବଳଭଦ୍ର ଦିଅଙ୍କୁ ରଥରେ ବିଜେ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଛେରାପହରା କରାଯିବାପରେ ରଥ ଟଣା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ସିଆରପିଏଫ ଯବାନଙ୍କ ସହ ଶତାଧିକ ଭକ୍ତ ଓ ଶ୍ରଦ୍ଧାଲୁ ସାମିଲ ହୋଇ ତିନି ଦିଅଁଙ୍କ ରଥକୁ ମାଉସୀ ମାଁ ମନ୍ଦିର ର କୁ ଟାଣି ନେଇଥିଲେ। ସେପଟେ ଆସନ୍ତା ୧୦ଦିନ ପ୍ରର୍ଯ୍ୟନ୍ତ ମହାପ୍ରଭୁ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଯାହାକୁ ନେଇ ଏବେଠୁ ସହର ଚଳଚଂଚଳ ହୋଇ ଉଠିଛି।

Udyog Nursery
Udyogi Nursery

ବଲାଙ୍ଗୀରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.