ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକୋତ୍ସବ

ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ଆଶ୍ବିନ ପୁର୍ଣିମା ଅବସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଉତ୍ସବ ସ୍ଥାନୀୟ ସମେଲେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ମାଁ ବୁଢୀ ସମଲେଇ ମନ୍ଦିର ରୁ ଏକ ପାରମ୍ପାରିକ ବାଡିଖେଳର ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସମଲେଇ ମନ୍ଦିର ପହଞ୍ଚିଥିଲା। ପରେ ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ତପନ ଜୁଆଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଯାଦବ ସମାଜ ସମଗ୍ର ମାବଜାତିର ଏକ ଶ୍ରେଷ୍ଠ ସମାଜ ବୋଲି ଅଭିହିତ କରିଥିବା ବେଳେ ରାଜ୍ୟରେ ଥିବା ସମସ୍ତ ଯାଦବ ସମାଜର ଉନ୍ନତି କାମନା କରିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଯାଦବ ସମାଜର ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପ୍ରବର୍ତ୍ତାଇ ଥିଲେ। ଏହି ଉତ୍ସବରେ ପଡୋଶୀ ବରଗଡ, ସମ୍ବଲପୁର ବଲାଙ୍ଗିର, ବୌଦ୍ଧ ଆଦି ଜିଲ୍ଲାର ସଭାପତି ମାନେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାର ଛଅଗୋଟି ବ୍ଲକର ସଭାପତି, ଉପସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଯାଦବ ସମାଜରେ ଥିବା ବିଭିନ୍ନ ପ୍ରକାର କୁସଂସ୍କାରକୁ ପ୍ରତିହତ କରିବା ସହିତ ସମାଜରେ ଥିବା ଅବହେଳିତ ପରିବାର ସମୂହକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ଥିବା କହିଥିଲେ। ବୃନ୍ଦାବନ ଦୀପ ସଭା ପରିଚାଳନା କରିଥିବା ବେଳେ ସୋନପୁର ଯୁବ ଯାଦବ ସଭାପତି ସୁରେଶ ଷାଣ୍ଢ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯାଦବ ସମାଜର ସହରାଞ୍ଚଳ ସଭାପତି ପ୍ରପୁଲ୍ଲ ନାଏକ, ସମ୍ପାଦକ ପୀତବାସ ଭୋଇ, ରୁତୁରାଜ ବାଘ, ପ୍ରକାଶ ହାତୀ, ରଞ୍ଜନ ଠେଲା, ଗଣପତି ବାଘ, ପୂର୍ବତନ ଜିଲ୍ଲା ସଭାପତି ମନବୋଧ ଭୋଇ, କୃଷ୍ଣକୁମାର ବାଘ, ଚିତ୍ତରଞ୍ଜନ ଭୋଇ, ଦୁର୍ବାଦଳ ନାଏକ, ପୃଥ୍ୱୀରାଜ ବାଗ, ପଞ୍ଚାନନ ନାଏକ, ଅରବିନ୍ଦ ଭୋଇ, ସତ୍ୟନାରାୟଣ ବାଗ, ନନ୍ଦି କିଶୋର ଭୋଇ, ମନୋଜ ଯୁଆଡି, ସଦାନନ୍ଦ ଥପା, ସଦାନନ୍ଦ ଜାଲ, ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.