କର୍ତ୍ତବ୍ୟରତ ଶିକ୍ଷକଙ୍କ ମଦ ପିଉ ଥିବା ଭିଡିଓ ଭାଇରାଲ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ବିଦ୍ୟାଳୟ ପରିଚାଳନା କମିଟି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା କାସିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜୈନେକ ଶିକ୍ଷକ ଦିବ୍ୟଲାଲ ଛତ୍ରିଆ କର୍ତ୍ତବ୍ୟରେ ଯୋଗ ଦେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବାହାରୁ ଆସୁଛି କହି ମଦକୋଠିରେ ବସି ମଦ ପିଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ଯାହାକୁ ନେଇ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ପରିଚାଳନା କମିଟି ପକ୍ଷରୁ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକ ଜଣକ ବିଭିନ୍ନ ସମୟରେ ବହୁ ବିଶୃଙ୍ଖଳା କରିଥିବା ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପରିଚାଳନା କମିଟି ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କ ଉପରେ ଭରସା ତୁଟେଇ କ୍ଷୋଭ ପ୍ରକାଶ କରିଛନ୍ତି। ଯିଏ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବ ସିଏ ଯଦି କର୍ତ୍ତବ୍ୟରେ ଯୋଗଦାନ କରି ମଦ କୋଠି ଓ ଗାଁ ଦାଣ୍ଡରେ ଗଡିବ ସେଭଲି ଶିକ୍ଷକଙ୍କ ଠାରୁ କଣ ଶିକ୍ଷାଲାଭ କରିବେ ଛାତ୍ର ଛାତ୍ରୀ ସେନେଇ ଉଦବେଗ ପ୍ରକାଶ ପାଇଛି। ଏଭଳି ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିତେଶ ଶତନାମୀ, ତ୍ରିଲୋକ୍ୟ ଶତନାମୀ, ଜଗନ୍ନାଥ ଶବର, ଭୁବନେ ଜାଲ, ପ୍ରେମଲାଲ ଶତନାମୀ, ଗିରିଶ ଗ୍ରିତଲହରେ, ନାରାୟଣ ବେମାଲ, ଝଜ ପୁଝାରୀ ପ୍ରମୁଖ ଦାବୀ କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ନିରୁମଣି ବେମାଲଙ୍କୁ ପଚାରିବାରୁ ତାଙ୍କ ଅବସ୍ଥା ଦେଖି ପିରିଅଡ ଲିଭ ନେବାକୁ ଅନୁରୋଧ କରିଥିଲି ହେଲେ ସେ ମାତାଲ ଅବସ୍ଥାରେ ଥିଲେ। ଏ ନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମଙ୍କୁ ପଚାରିବାରୁ ତଦନ୍ତ କାରୀ ଟିମ ପଠା ଯାଇଛି, ତଦନ୍ତ ରିପୋର୍ଟ ପରେ ଯାହାବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.