ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ମୁସ୍କୁଟିରେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତପନ କୁମାର ଦାସ ପତାକା ଉତ୍ତୋଳନ କରିବା ସହ ରେଡକ୍ରସର ଜନକ ହେନେରୀ ଡୋନାଲ୍ଡଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶିବିରର ଶୁଭ ଉଦଘାଟନ କରିଥିଲେ। ଏହି ଶିବିରରେ କଶ୍ରୁପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ପ୍ରକୃତିବନ୍ଧୁ ଡକ୍ଟର ଅଜିତ କୁମାର ବେହେରା ପ୍ରଶିକ୍ଷକ ଭାବରେ ଯୋଗଦାନ କରି ରେଡକ୍ରସର ଉତ୍ପତ୍ତି, କ୍ରମବିକାଶ, ସ୍ଵେଚ୍ଛାସେବୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ତାଲିମ ଦେଇଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ସୁଧୀର କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲାବେଳେ ଅଧ୍ୟାପକ କାଳୀଚରଣ ମହାପାତ୍ର ଓ ଖେଳ ଶିକ୍ଷକ ନାରାୟଣ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଜନହିତରେ ରେଡକ୍ରସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।