ଘୋଷଣା ହେଲା ଅନାସ୍ଥା ଭୋଟ ଗ୍ରହଣ ଦିନ: ଚଳଚଞ୍ଚଳ କେସିଙ୍ଗା ବ୍ଲକ ରାଜନୀତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆସନ୍ତା ନଭେମ୍ବର ୧ ତାରିଖ ଶୁକ୍ରବାର ଦିନ କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ଗ୍ରହଣ ହେବ। ଏହିଦିନ ପୂର୍ବାହ୍ନ ୧୧ଘଣ୍ଟା ସମୟରେ କେସିଙ୍ଗା ବ୍ଲକ ସଭାଗୃହରେ ଆଲୋଚନା ହେବ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟାହ୍ନ ୧୨.୩୦ରେ ଅନାସ୍ଥା ଭୋଟ ଗ୍ରହଣ ହେବବୋଲି କଳାହାଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନାସ୍ଥା ଭୋଟ ପାଇଁ ତାରିଖ ଘୋଷଣା ହେବାପରେ କେସିଙ୍ଗା ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି। ବିରୋଧି କହିଛନ୍ତି; ଆମ ପାଖରେ ୩୯ ଜଣଙ୍କ ସମର୍ଥନ ରହିଛି ଆଉ ୩ ଜଣଙ୍କ ସମର୍ଥନ ମିଳିବ, ଏପରି ଆମର ସଂଖ୍ୟା ୪୨ ହେବ। ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷଙ୍କ ପାଖରେ କେତେଜଣଙ୍କ ସମର୍ଥନ ରହିଛି ସେନେଇ ଜଣାପଡ଼ିନାହିଁ। ତେବେ ଭୋଟ ଗ୍ରହଣ ପରେ ସବୁ ସ୍ପଷ୍ଟ ହୋଇଯିବ; କିଏ ମାରୁଛି ବାଜି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.