ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ପ୍ରଗତି ଶିକ୍ଷାନୁଷ୍ଠାନରେ ପଥ ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଗତି ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସର୍ବପ୍ରଥମେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଯୋଗଦାନ କରି ଶିକ୍ଷାନୁଷ୍ଠାନରେ ସ୍ଥାପନ କରାଯାଇଥିବା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ମାଲ୍ୟାର୍ପଣ କରିବା ସହିତ ପଥ ମହୋତ୍ସବରେ ଭ୍ରମଣ କରିଥିଲେ।

ଉକ୍ତ ପଥ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ଦକ୍ଷ ସଂଗଠକ ଜୟନ୍ତ ବେହେରା, ସମ୍ମାନିତ ଅତିଥି ଭାବରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣାର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ମିଶ୍ର, ବିଶିଷ୍ଟ ଇଂରାଜୀ ତଥା ଓଡ଼ିଆ କବି ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଗତି ଅନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଣବ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା, ପ୍ରଭାସ ଚନ୍ଦ୍ର ମିଶ୍ର, ଭବେନ୍ଦ୍ର ପଣ୍ଡା, ଉମେଶ ଶତପଥୀ, କାଦିର ଖାନ, ଭବାନୀ ଶଙ୍କର ନିଆଲ, ଲକ୍ଷ୍ମୀକାନ୍ତ ବେହାରା, ଚିନ୍ମୟ ଗୁରୁ, ଶେଷଦେଵ ମୁଣ୍ଡ, ତାପସ ପରିମାଣିକ, ଲୋକନାଥ ଖଡ଼ିକାର, ଆର୍ସିଆ ସାଏଲା ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସ୍ବର୍ଗତ ବନମାଳୀ ପଣ୍ଡାଙ୍କର ସ୍ମୃତିଚାରଣ କରି ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସହକର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ପାତ୍ର ଓ ରାଧାମୋହନ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ବନମାଳୀ ପଣ୍ଡା ଶିକ୍ଷା ସମ୍ମାନ, ଭୁବନେଶ୍ୱର ବେହେରା ମେମୋରିୟାଲ ୟୁଥ ଅର୍ଗାନାଇଜେସନକୁ ବନମାଳୀ ପଣ୍ଡା ସେବା ସମ୍ମାନ, ବିଶିଷ୍ଟ କବି ଓ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ବିଶିଙ୍କୁ ବନମାଳୀ ପଣ୍ଡା ସାହିତ୍ୟ ସମ୍ମାନ, ଫେସନ ଡିଜାଇନର ସୁଜିତ ମେହେରଙ୍କୁ ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ଏହି ଅନୁଷ୍ଠାନରେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀମାନଙ୍କୁ ବନମାଳୀ ପଣ୍ଡା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପରେ “କବି ଲେଖନୀରେ ପ୍ରକୃତି” ଶୀର୍ଷକରେ କବିତା ପାଠୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସଵରେ ନିମନ୍ତ୍ରିତ ହୋଇଥିବା ବିଶିଷ୍ଟ କବି ପ୍ରମୋଦ କୁମାର ଖମାରୀ, ସୁଧୀର ମେହେର, ସ୍ବର୍ଣ୍ଣକାନ୍ତି ବୈକାର, ସୁଦେଷ୍ଣା ପଣ୍ଡା, ଦୀପ୍ତି ମୁଣ୍ଡ, ସୁରେଶ୍ୱରୀ ବାଗ, ଡିଲେଶ୍ୱର ରଣା, ଅଜିତ ଭୋଇ, ରଜତ ବଂଶଲ, ସୁଧୀର କୁମାର ଧଙ୍ଗଡାମାଝୀ, ଯାବଦେନ୍ଦ୍ର ସାହା, ସୁଶୀଲ କୁମାର ବାଗ, ଐଶ୍ୱର୍ଯ୍ୟା ପ୍ରଧାନ, କେତନ ରଣା ପ୍ରମୁଖଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା। ଉକ୍ତ ପାଠୋତ୍ସଵ କାର୍ଯ୍ୟକ୍ରମଟିକୁ ଜୟଦ୍ରଥ ସୁନା ଓ ପୁଣ୍ୟଦୀପା ଖମାରୀ ପରିଚାଳନା କରିଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୋଗ, ତାଇକୋଣ୍ଡୋ, ପେଣ୍ଟିଂ, ରଙ୍ଗୋଲି, ନୃତ୍ୟ, ଗୀତ, କବିତା ଆବୃତ୍ତି, ବ୍ୟାଡମିଣ୍ଟନ, ଭଲିବଲ, ଚେସ, କେରମ, ଫ୍ୟାନସି ଡ୍ରେସ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଫୁଡ଼ ଷ୍ଟଲ ସମସ୍ତଙ୍କର ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହଯୋଗ ଏବଂ ଅଭିଭାବକ, ଅଭିଭାବିକା ତଥା ସମସ୍ତ ଅତିଥି ଏବଂ ବିଶିଷ୍ଟ ସାହିତ୍ୟ ସାଧକମାନଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଅନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣେଇଥିଲେ। ପରିଶେଷରେ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.