ନର୍ଲା ରେଳବାଇ କାମରେ ଶିଶୁ ଶ୍ରମିକ!

ଟିଟିଲାଗଡର ଠିକାଦାର ଶ୍ୟମା ଗୋୟଲଙ୍କ ଅତ୍ୟଧିକ ଲାଭଖୋର ମନୋବୃତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନର ସର୍ଗିଗୁଡା ଲେବୁଲ କ୍ରସିଂ ଫାଟକରେ ମେଟାଲ ପୁରଣ ଓ ରବର ପିଚ୍ ମରାମତି କାର୍ଯ୍ୟ ଦୁଇଦିନ ଧରି ଚାଲିଥିଲା। ଏହି କାମରେ ୪ ଜଣ ମହିଳା ଶ୍ରମିକ ଓ ୪ ଜଣ ପୁରୁଷ ଶ୍ରମିକ ଲାଗିଥିଲେ। ସେଥି ମଧ୍ୟରୁ ଦୁଇଜଣ ଶିଶୁ ଶ୍ରମିକ ମଧ୍ୟ କାମରେ ଲାଗିଥିବା ଦେଖିବାକୁ ମିଳିଥିଲା। ଖରାରେ ଝାଳ ନାଳ ହୋଇ ନୟାନ୍ତ ହୋଇ ପଡୁଥିଲେ ଦୁଇ ଜଣ ଶିଶୁ ଶ୍ରମିକ। କାମରେ ଶିଶୁ ଶ୍ରମିକଙ୍କୁ କାହିଁକି ନିୟୋଜିତ କରିଛନ୍ତି ବୋଲି ଟିଟିଲାଗଡର ରେଳବାଇ କଣ୍ଟ୍ରାକ୍ଟର ଶ୍ୟାମ ଗୋୟଲଙ୍କ ସାଇଡ ସୁପର ଭାଇଜରଙ୍କୁ ପଚାରିବାରୁ ସେ କହିଲେ ଠିକାଦାର ତ କମ ଟଙ୍କାରେ ଲେବର ଲଗେଇବା ପାଇଁ କହୁଛି। ଏଣୁ କମ ଟଙ୍କା ଅର୍ଥାତ ୨୦୦ ଟଙ୍କାରେ ଏହି ଶ୍ରମିକ ମାନଙ୍କୁ ଲଗେଇ ବାକୁ ପଡୁଛି। ଏହାବାଦ ଏଇଠି ଶ୍ରମିକ ମିଳୁ ନଥିବାରୁ ରାୟଗଡାରୁ ଶ୍ରମିକ ଆଣି ଆମେ କାମ କରାୁଛୁ। ତିନି ଗୋଟି ପରିବାରର ଲୋକ ଆସି କାମ କରୁଛନ୍ତି। ଏଣୁ ସେମାନଙ୍କ ସାଙ୍ଗରେ ତାଙ୍କ ଛୁଆ ପିଲା ମଧ୍ୟ ଆସି କାମ କରୁଛନ୍ତି। ଗରୀବ ପରିବାର ସମସ୍ତେ ମୂଲ ଲାଗି ଟଙ୍କା ପାଉଛନ୍ତି ବୋଲି ଉତ୍ତର ଦେଇଥିଲେ। କାମ ସାଇଡରେ ରେଳବାଇ ବିଭାଗର କୌଣସୀ ଅଧିକାରୀ ଉପସ୍ଥିତ ନଥିବା ବେଳେ ତରବରିଆ ଭାବରେ ସାଇଡ ସୁପର ଭାଇଜର କାମ କରାଉଥିବା ଦେଖିବାକୁ ମିଳିଥିଲା। କେବଳ ନର୍ଲା ରେଳବାଇ ଲେବୁଲ କ୍ରସିଂ ଫାଟକ ବୋଲି ନୁହଁ ନର୍ଲାରୋଡରୁ ରୁପ୍ରାରୋଡ ମଧ୍ୟରେ ରହିଥିବା ଦୁଇଗୋଟି ଫାଟକରେ ଏଭଳି ଶିଶୁ ଶ୍ରମିକ ନିୟୋଜିତ କରାଯାଇ କାମ କରେଇଥିବା ଦେଖିବାକୁ ମିଳିଥିଲା। ଠିକାଦାର ଶ୍ୟାମ ଗୋୟଲଙ୍କୁ ଶିଶୁ ଶ୍ରମିକ ନିୟୋଜନ ବିଷୟରେ ପଚାରିବା ପାଇଁ ଫୋନ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ। ରାଜ୍ୟ ସରକାରଙ୍କ କାମରେ ଶ୍ରମିକ ଲାଗିଲେ ସେମାନଙ୍କୁ ଦୈନିକ ମଜୁରି ବାବଦକୁ ହାଇ ସ୍କିଲଡ ଲେବରକୁ ୬୦୦ ଟଙ୍କା, ସ୍କିଲ ଲେବରକୁ ୫୫୦, ସେମି ସ୍କିଲଡ ଲେବରକୁ ୫୦୦ ଟଙ୍କା ଓ ଅନ ସ୍କିଲଡ ଲେବରକୁ ୪୫୦ ଟଙ୍କା ଦୈନିକ ମଜୁରୀ ଧାର୍ଯ୍ୟ ରହିଥରବା ବେଳେ ଠିକାଦାର ଶ୍ୟାମ ଗୋୟଲ ସ୍କିଲଡ ଲେବରକୁ ୪୦୦ ଓ ଅନସ୍କିଲଡ ଲେବରକୁ ୨୫୦, ଶିଶୁ ଶ୍ରମିକ ମାନଙ୍କୁ ୧୫୦ ରୁ ୨୦୦ ଟଙ୍କା ପ୍ରଦାନ କରି ନିଜେ ଅତ୍ୟଧିକ ଲାଭ ଖାଇଯାଉଥିବା ଆଲୋଚନା ହେଉଛି। କେବଳ ଏହି କାମ ବୋଲି ନୁହଁ ଦୀର୍ଘ ବର୍ଷ ଧରି ରେଳବାଇ ବିଭାଗର ଠିକାଦାର ଭାବରେ କାମ କରୁଥିବା ଶ୍ୟାମ ଗୋୟଲଙ୍କ ଅତ୍ୟଧିକ ଲାଭଖୋର ମନୋବୃତି କାର୍ଯ୍ୟଧାରା ଯୋଗୁଁ ନର୍ଲାରୋଡ ରେଳ ଷ୍ଟେସନର ଚତୁର୍ଥ ପ୍ଲାଟଫର୍ମରେ ଲାଗିଥିବା ଟାଇଲ ଦୁଇବର୍ଷ ନ ପୁରୁଣୁ ବାହାରି ପଡ଼ିଥିବା ଦେଖିବାକୁ ମିଳୁଛି। ଏଣୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.