ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ବଦାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ଡ୍ରେସ ଓ ଖାଦ୍ୟ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଛକ ନିକଟସ୍ଥ ଉତ୍କଳ ବାଳାଶ୍ରମରେ ରହୁଥିଵା ଶିଶୁ ମାନଙ୍କୁ ପାରଳାଖେମୁଣ୍ଡିର ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡ୍ରେସ୍ ଏବଂ ଖାଦ୍ୟ ବଣ୍ଟନ କରାଯାଇଛି। ସୂଚନା ପ୍ରକାରେ ଶ୍ରୀ ବିବୁଶା ନନ୍ଦ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଇପ୍ସିତା ପଟ୍ଟନାୟକ ଆଜି ଉତ୍କଳ ବାଳାଶ୍ରମକୁ ଆସି ପିଲାମାନଙ୍କୁ ନୁଆ ଡ୍ରେସ ଦେବା ସହ ଏହି ଭ୍ରମଣର ସ୍ମୃତି ପାଇଁ ପିଲାମାନଙ୍କ ସହିତ କେକ୍ କାଟି କିଛି ସମୟ ବିତାଇଥିଲେ। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ପାରଳାଖେମୁଣ୍ଡି ର ବାସିନ୍ଦା ହୋଇଥିବା ବେଳେ ଜିବୀକା ନିର୍ବାହ ନିମନ୍ତେ ସେମାନେ ଜର୍ମାନ୍ ଦେଶରେ କାର୍ଯ୍ୟରତ ।

Omkar Vasthu
Omkar Vasthu

ସେମାନେ ପ୍ରତି ବର୍ଷ ପାରଳାଖେମୁଣ୍ଡି କୁ ଆସି ବିଭିନ୍ନ ଅନାଥ ଆଶ୍ରମକୁ ଯାଇ ସେଠାର ଅନ୍ତେବାସୀଙ୍କୁ ବିଭିନ୍ନ ଜିନିଷପତ୍ର ଦାନ କରନ୍ତି । ଏହି ବର୍ଷ ସେମାନେ ଉତ୍କଳ ବାଳାଶ୍ରମ କୁ ଆସି ପିଲାମାନଙ୍କୁ ଡ୍ରେସ୍ ଓ ଖାଦ୍ୟ ବଣ୍ଟନ କରି ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି | ଅନୁଷ୍ଠାନର ଶିଶୁମାନେ ମଧ୍ୟ ନୁଆ ଡ୍ରେସ୍ ପାଇ ବେଶ୍ ଖୁସି ଥିବା ଲକ୍ଷ କରା ଯାଇଥିଲା ।ଏହି ସମୟରେ ସେମାନେ ପିଲା ମାନଙ୍କର ଭଲମନ୍ଦ ବୁଝିବା ସହ ପିଲା ମାନଙ୍କ ଦ୍ଵାରା ହୋଇଥିବା ଗିତ ଓ ନାଚ ଦେଖିଥିଲେ । ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଏହି ଅନୁଷ୍ଠାନରେ ଦିଆ ଯାଉଥିବା ବିଭିନ୍ନ ସୁବିଧା ବ୍ୟବସ୍ଥା କଥା ବୁଝିବା ସହ ଖୁସିବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରକାଶ ଥାଉକି ଯେ , ଗତବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ମାତୃପିତୃ ହୀନ ଶିଶୁ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଗଜପତି ଏକ ଶିଶୁ ଯତ୍ନ ଅନୁଷ୍ଠାନ ଆରମ୍ଭ କରିଥିଲା ଯାହାକି , ବର୍ତ୍ତମାନ ହାତିବାଡ଼ି ଗୋପିନାଥପୁର ଗ୍ରାମରେ ଅବସ୍ଥିତ। ବର୍ତ୍ତମାନ ସେଠାରେ ୬୪ ଜଣ ଝିଅ ରହୁଥିବା ବେଳେ ୨୩ ଜଣ ପୁଅ ରହୁଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀଙ୍କ ସମେତ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମତୀ ଏମ୍: ସ୍ରୁତି ଓ ସାମ୍ବାଦିକ ଶ୍ରୀ ଲୋକନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲା ବେଳେ ଉତ୍କଳ ବାଳାଶ୍ରମର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.