ବାହାରୁ ଶ୍ରମିକ ଆଣି ଶସ୍ତାରେ କାର୍ଯ୍ୟ ହାସଲ କରିବା ପାଇଁ ବନବିଭାଗର ଉଦ୍ୟମ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ବେହେରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ନେଗୀଗୁଡା ଲମୀ ଡ଼ଙ୍ଗର ରେ ଦୁଇଦିନ ତଳେ ଘାସ ବୁଦା କାଟି ଗଛ ତାରିବା ପାଇଁ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା l ପୂର୍ବଦିନ ଭଲି ସୋମବାର ମଧ୍ୟ କାର୍ଯ୍ୟରେ ନିୟୋଜିତ ଥିଲେ ହେଲେ ବନବିଭାଗ ର କୌଣସି କର୍ମଚାରୀ ଉପସ୍ଥିତ ନ ହେବାରୁ ଯେଉଁ ଜଗୁଆଳି କାମରେ ଲଗେଇଥିଲେ ତାଙ୍କୁ ଫୋନ କରିଥିଲେ ହେଲେ ଜଗୁଆଳି ଜଣକ ଫରେଷ୍ଟର ମନାକରିଛନ୍ତି,ଅଲଗା ଲୋକ ଲଗେଇ କାମ କରିବୁବୋଲି କହିବାରୁ ଶ୍ରମିକ ମାନେ କ୍ଷୋଭ ପ୍ରକାଶ କରି ଗଣମାଧ୍ୟମ କୁ ସୂଚନା ଦେଲେ ଓ ଅଭିଯୋଗ ବାଢିଛନ୍ତି ଜେ ଫରେଷ୍ଟର ଲାଭଖୋର ମନୋଭାବ ରଖି ଶସ୍ତା ରେ କାର୍ଯ୍ୟ ହାସଲ କରିବାକୁ ସ୍ଥାନୀୟ ଲୋକଙ୍କୁ କାମ ନ ଦେଇ ବାହାରୁ ଶ୍ରମିକ ଆଣି କାମ କରେଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି l ସାଧାରଣତଃ ଦଣ୍ଡପାଟ ଅଞ୍ଚଳରେ ଲୋକେ କାମଧନ୍ଦା ନ ପାଇ ଦାଦନ ଯାଇଥାନ୍ତି l ଅଞ୍ଚଳରେ କାମ ଥାଇ ସ୍ଥାନୀୟ ଲୋକଙ୍କୁ କାମ ନ ଦେଇ ବାହାରୁ ଶ୍ରମିକ ଆଣି କାର୍ଯ୍ୟ କରିବୁ ବୋଲି ମନା କରିଦେବାରୁ ବେହେରା ବନବିଭାଗ ଉପରେ କ୍ଷୋଭ ପ୍ରକାଶ କରି ଆମେ ସ୍ଥାନୀୟ ଲୋକ,ଆମର ହକ ଅଧିକାର ଅଛି ଏଠି କାମ କରିବା ପାଇଁ,ଅନ୍ୟ ଆଡୁ ଶ୍ରମିକ ଆଣି କାର୍ଯ୍ୟ କଲେ ତୀବ୍ର ବିରୋଧ କରାଯିବ ବୋଲି ଶ୍ରମିକ ଗୌର ହରି ନାଗ, ଡ଼ମ୍ବରୁ ଧର ସୁନାନୀ, ନୀଳକଣ୍ଠ ନାଗ, ଦିଲୀପ ନାଗ, ସୁରଥ ନାଗ, ସଞ୍ଜୟ ନାଗ, ଅର୍ଜୁନ ନାଗ,ଧର୍ମାନନ୍ଦ ନାଗ, ବବଲୁ ନାଏକ, ମେହେର ରଞ୍ଜନ ନାଏକ, ହଳଧର ବାଣୁଆ, ରିଖିରାମ ବାଣୁଆ, ପଦ୍ମନ ନାଗ,ଘାସିରାମ ନାଗ, ଭୁବନେଶ୍ୱର ନାଗ, ପ୍ରଶ୍ନ ପୂଝାରୀ, ଗୋପବନ୍ଧୁ ନାଗ, ଝସକେତନ ବାଗ, ଭୁଜବଲ ନାଗ, ସନାତନ ଗୋପାଳ, କାର୍ତିକ ବାଗ, ଗଣେଶ ଛାତ୍ରିଆ, କେଶବ ଗୋପାଳ, କୁନା ଗହୀର, ଚୂଲ ପାଳ, ନେଗୀଗୁଡା ଓ ନୁନ ପାଣି, ର ଶ୍ରମିକ ମାନେ କହିଛନ୍ତି lଏନେଇ ବେହେରା ବନ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ l