ପଥର
ସତ୍ୟଜିତ ସ୍ବାଇଁ
ସ୍ମୃତିର ପ୍ରାଚୀର ଡେଇଁଗଲାପରେ
ଚାରିଆଡ଼ ଦିଶେ ଖାଲି
କାଲି ଯହିଁ ଥିଲା ଫୁଲର ବଗିଚା,
ଆଜି ତହିଁ ମରୁବାଲି ।
ଶୁଭୁନାହିଁ ଆଉ ବୀଣାର ମୂର୍ଚ୍ଛନା
କୋଇଲିର ମିଠା ଗୀତ
କାଲି ଯିଏ ସାଥେ ଚାଲୁଥିଲା ବାଟ,
ଆଜି ଦୂରେ ସେଇ ମିତ ।
ସ୍ବପ୍ନ ସବୁ କାହିଁ ଚାଲି ଯେ ଗଲେଣି
ଆଉ ଫେରିଲେନି ଚାହିଁ
ଆଖିରୁ ଲୁହ ବି ଝରୁନାହିଁ ଆଉ,
କାନ୍ଦୁନାହିଁ କାହା ପାଇଁ ।
ପାଲଟିଯାଇଛି ମୁଁ’ ଏକ ପଥର
କଷ୍ଟ ଯା’ର ଦିଶେନାହିଁ
ନିହାଣ ଆଘାତ ସହି ଯାଏ ଯିଏ,
ମୁହଁ ଟିକେ ଖୋଲେନାହିଁ ।