ସେଞ୍ଚୁରିଅନ୍ ୟୁନିଭରସିଟିରେ ଆନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସର ଉଦଯାପନି କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ଡାଟା ସାଇନ୍ସ ଏବଂ ମେସିନ୍ ଲର୍ନିଂ କେନ୍ଦ୍ର ଦ୍ବାରା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ସହଭାଗୀତାରେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡିଠାରେ ହାଇବ୍ରିଡ୍ ଓରାଲ୍ ଏବଂ ପୋଷ୍ଟର ଉପସ୍ଥାପନା ସହିତ “ଚତୁର୍ଥ ଆନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ (ଜି:ଆଇ:ଏସ୍) ଦିବସ – ୨୦୨୪” ଆୟୋଜିତ ଉଦଯାପିତ ହୋଇଯାଇଛି । “ଭୌଗୋଳିକ ପ୍ରଯୁକ୍ତି ବିଦ୍ୟା ସହିତ ଏକ ସ୍ଥାୟୀ ଭବିଷ୍ୟତର ଶସକ୍ତିକରଣ” ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମକୁ “ଇସ୍ରି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ , ପାନ୍ ଏସିଆନ୍ ଆଇ:ପି: ସର୍ଭିସେସ ଏବଂ ଗ୍ରାମ ତରଙ୍ଗ ଇନକ୍ଲୁସିଭ ଡେଭେଲପମେଣ୍ଟ ସର୍ଭିସେସ ସହାୟତା ପ୍ରଦାନ କରିଥିଲେ । ରାଜ୍ୟର ଦୁଇଟି ବିଶ୍ୱବିଦ୍ୟାଳୟ ଏବଂ ଦେଶର ୬୪ ଟି ଅନୁଷ୍ଠାନ ମଧ୍ୟରେ ଅନ୍ୟତମ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡିଶା ଅନ୍ତର୍ଜାତୀୟ ଜି:ଆଇ:ଏସ: ଦିବସ ପାଳନ କରିଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ଜି:ଆଇ:ଏସ: ଏବଂ ଏହାର ପ୍ରୟୋଗ , ଜଳ ଉତ୍ସ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତା ,ସହରୀ ଯୋଜନା , ପରିବେଶ ପରିଚାଳନା , କୃଷି ଏବଂ ସହଯୋଗୀ ବିଜ୍ଞାନ , ବିପର୍ଯ୍ୟୟ ପରିଚାଳନା , ପ୍ରତିଛବି ପ୍ରକ୍ରିୟାକରଣ ଏବଂ ମେସିନ୍ ଲର୍ନିଂ ପ୍ରୟୋଗ ଉପରେ ଧ୍ୟାନ ଦିଆ ଯାଇଥିଲା | ବୈଷୟିକ ଉପସ୍ଥାପନା କ୍ଷେତ୍ରରେ କାଗଜପତ୍ର ଓ ପୋଷ୍ଟର ମାଧ୍ୟମରେ ବିଷୟଗୁଡ଼ିକ ଉପସ୍ଥାପିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ୩୫୦ ରୁ ଉର୍ଦ୍ଧ୍ବ ବୈଜ୍ଞାନିକ , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ , ଅନୁସନ୍ଧାନକାରୀ , ଅଧ୍ୟାପକ ଏବଂ ଶିଳ୍ପବିତ୍ ମାନେ ଅଂଶଗ୍ରହଣ କରିଥିବା ସମେତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରୁ ମୋଟ ୧୭୫ ଟି ଅନୁସନ୍ଧାନ-ମୂଳକ ସଂକ୍ଷିପ୍ତ ବିବରଣୀ ଦାଖଲ ଗ୍ରହଣ କରା ଯାଇଥିଲା , ଯେଉଁଥିରୁ କି ୧୧୯ ଟି ହାଇବ୍ରିଡ୍ ମୌଖିକ / ପୋଷ୍ଟର ଉପସ୍ଥାପନା ପାଇଁ ଚୟନ କରା ଯାଇଥିଲା |

Omkar Vasthu
Omkar Vasthu

ପ୍ରଫେସର ସୁଶାନ୍ତ କୁମାର ନାୟକଙ୍କ ସ୍ୱାଗତ ସମ୍ଭାଷଣ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଡିନ: ଏସ୍:ଓ:ଇ:ଟି: ତଥା କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡା ସମ୍ପୂର୍ଣ ଘଟଣାବଳୀ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସେହିଭଳି ପରିବେଶ ଏବଂ ଜଳବାୟୁର ନିର୍ଦ୍ଦେଶକ , ଏସ୍:ଓ:ଏ:ଡ଼ି:ୟୁ: ଭୁବନେଶ୍ୱର ତଥା ଭାରତୀୟ ପାଣିପାଗ ବିଭାଗ , ଓଡ଼ିଶାର ପୂର୍ବତନ ନିର୍ଦ୍ଦେଶକ ଓ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଡକ୍ଟର ଶରତ୍ ଚନ୍ଦ୍ର ସାହୁ , ଏବଂ ଜେ:ଏନ:ଟି:ୟୁ: ର ପାଠ୍ୟକ୍ରମ ଉପଦେଷ୍ଟା ତଥା ସମ୍ମାନିତ ଅତିଥି ଡକ୍ଟର ଏମ:ଏଲ୍: ନରସିଂହମ୍ ଏହି ସମାବେଶରେ ଭୌଗୋଳିକ ପ୍ରୟୋଗର ଆବଶ୍ୟକତା ଏବଂ ଏହାର ଉପଯୋଗ ଉପରେ ନିଜର ଆଭିମୁଖ୍ୟ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡକ୍ଟର ଅନୀତା ପାତ୍ର ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଉନ୍ନତ କାର୍ଯ୍ୟ ତଥା ବିଶେଷ ଭାବରେ ଆଦିବାସୀ ମାନଙ୍କ ବିକାଶ ପାଇଁ ଭୌଗୋଳିକ ପ୍ରଯୁକ୍ତି’ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ର ପ୍ରଶାସନିକ ନିର୍ଦ୍ଦେଶକ ଡ଼ଃ ଦୁର୍ଗା ପ୍ରସାଦ ପାଢୀ ସହରୀ ଯୋଜନାରେ ମେଟାଭର୍ସର ବ୍ୟବହାର ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିକ୍ରମ୍ ନାରାୟଣ “ଭୌଗୋଳିକ ପ୍ରଯୁକ୍ତିବିଦ୍ୟା ସହିତ ଏକ ସ୍ଥାୟୀ ଭବିଷ୍ୟତ’ର ଶସକ୍ତିକରଣ” ବିଷୟ ବସ୍ତୁ ଉପରେ ସମୀକ୍ଷା କରିବା ସହିତ ଏହି କାର୍ଯକ୍ରମ ଦ୍ବାରା ପ୍ରାପ୍ତ ଉପଲବ୍ଧି ଗୁଡିକ ବିଷୟରେ ବର୍ଣ୍ଣନା କରିଥିଲେ । ପୁନଃ ମୁଖ୍ୟଅତିଥି ଡକ୍ଟର ଶରତ୍ ଚନ୍ଦ୍ର ସାହୁ ତାଙ୍କ ଅଭିଭାଷଣରେ “ଜି:ଆଇ:ଏସ୍. ର ଭୂମିକା ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପାଇଁ ରିମୋଟ ସେନ୍ସିଂ” ଉପରେ ଆଲୋକପାତ କରିଥିଲେ ଏବଂ ଡକ୍ଟର ଏମ:ଏଲ: ନରସିଂହମ୍ “ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ଜି:ଆଇ:ଏସ: ର ସମ୍ପ୍ରସାରଣ” ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଡ଼ଃ ଜେ: ମୁରଲିଧରନ୍ ଜିଓସ୍ପ୍ୟାଟିଆଲ୍ ଟେକ୍ନୋଲୋଜି ସହିତ ଏକ ସ୍ଥାୟୀ ଭବିଷ୍ୟତକୁ ସଶକ୍ତ କରିବା ଉପରେ ମନ୍ତବ୍ୟ ରଖିଥିଲେ ।
ଇସ୍ରି – ୟୁ:ଏସ୍:ଏ: ର ଶିକ୍ଷା ପରିଚାଳକ ଡକ୍ଟର ଜୋସେଫ ଜେ: କେର୍ସକୀ , ଛାତ୍ର ଏବଂ ଅଧ୍ୟାପିକା ମାନଙ୍କ ପାଇଁ ସମ୍ଭାବନା ଏବଂ ବୃତ୍ତିଗତ ସୁଯୋଗ ଉପରେ ଦର୍ଶାଇଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ଥାନୀୟ ସମ୍ପ୍ରଦାୟରେ ଜୀବନ-ଧାରଣ’ର ଉନ୍ନତି ପାଇଁ ସମାଜରେ ଜି:ଆଇ:ଏସ୍ କୈନ୍ଦ୍ରିକ ସଂସ୍କୃତି ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜି:ଆଇ:ଏସ୍: ସମାଜ ତଥା ନାଗରିକ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନକାରୀ ମାନଙ୍କୁ ସମ୍ମାନିତ କରା ଯାଇଥିଲା ଏବଂ ବିଭିନ୍ନ ବିଷୟବସ୍ତୁ ଉପରେ ସର୍ବୋତ୍ତମ ଉପସ୍ଥାପକ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । କାର୍ଯକ୍ରମର ସହ-ସଂଯୋଜକ ଡ଼ଃ ମଦନ ମୋହନ ରାଉତ ଏବଂ ଶ୍ରୀ ଦ୍ୱିତି ସୁନ୍ଦର ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସଭାପତି ପ୍ରଫେସର ଡଃ ମୁକ୍ତିକାନ୍ତ ମିଶ୍ର , ଉପସଭାପତି , ପ୍ରଫେସର ଡି.ଏନ୍: ରାଓ ଏବଂ କୁଳପତି ପ୍ରଫେସର ଡଃ. ସୁପ୍ରିୟା ପଟ୍ଟନାୟକ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ। ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ସମଗ୍ର ଭାରତର ଅଂଶଗ୍ରହଣକାରୀ , ପ୍ରତିନିଧି , ବୈଜ୍ଞାନିକ , ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଶଂସା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.